ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅଜବ ଭିଡ଼ିଓ ସବୁ ଭାଇରାଲ ହେଉଥାଏ । ସେଇମିତି ଏକ ମଜାଳିଆ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଗୋଟିଏ ସାଇକେଲରେ ୯ ଜଣ ପିଲାଙ୍କୁ ବସାଇ ନେଉଛନ୍ତି । ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ IPS ଅଫିସର ଦୀପାଂଶୁ କାବରା ଶେୟାର କରିଛନ୍ତି ।
ଭିଡ଼ିଓଟିକୁ ଲୋକେ ପସନ୍ଦ କରୁଥିବା ବେଳେ ୟୁଜର୍ସମାନେ ନାନା ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି । IPS ଅଫିସର ଭିଡ଼ିଓ ଶେୟାର କରିବା ସହିତ ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ଏହାର ତ ମୋଟରସାଇକେଲ ନୁହେଁ ଯେ ଆକ୍ଟ ଅନୁସାରେ ଚାଲାଣ କଟିବ !
ଆପଣ ନିଜେ ଦେଖନ୍ତୁ କେମିତି ଜଣେ ବ୍ୟକ୍ତି ୯ ଜଣ ପିଲାଙ୍କୁ ଏକ ସାଇକେଲରେ ବସାଇ ନେଉଛନ୍ତି । ପିଲାମାନେ ବି ସାଇକେଲରେ ବସି ଖୁବ୍ ଖୁସି ଥିବା ନଜର ଆସୁଛନ୍ତି । ତାଙ୍କୁ ଦେଖି ଲାଗୁଛି ଯେ ସେମାନେ ଆରାମରେ ସାଇକେଲରେ ବସିଛନ୍ତି । ମଜାଳିଆ ଭିଡ଼ିଓଟିରେ ଏହା ମଧ୍ୟ ସ୍ପଷ୍ଟ ଦିଶୁଛି ଯେ ବ୍ୟକ୍ତି ଜଣଙ୍କ ଅତି ସତର୍କତାର ସହିତ ଭାରସାମ୍ୟ ରକ୍ଷା କରି ଅତି ଆରାମରେ ସାଇକେଲ ଚଲାଉଛନ୍ତି ।