ଦୃତ ବେଗରେ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ପିଟର : ସ୍ଥଳଭାଗଠାରୁ ରହିଛି ୨୦୦ ମାଇଲ୍ ଦୂରରେ…

ସଂସ୍କାର :  ଦୃତ ବେଗରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି ସାମୁଦ୍ରିକ ଝଡ଼ ” ପିଟର “। ଏହି ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା ଓ ପବନ। ଏହି ବାତ୍ୟା ଆସିବା ଦ୍ୱାରା ପାଖାପାଖି ୧୦୦ ରୁ ୧୨୦ କିମି ବେଗରେ ପବନ ବହିପାରେ। ଯେତେବେଳେ କି ବର୍ତ୍ତମାନ ପବନର ବେଗ ୮୦ କିମି ପ୍ରତିଘଣ୍ଟା ରେକର୍ଡ କରାଯାଇଛି। ଅନ୍ୟପଟେ ଖବର ଲେଖିବା ମଧ୍ୟରେ ସାମୁଦ୍ରିକ ବାତ୍ୟା ପିଟର ସ୍ଥଳଭାଗ ଠାରୁ ୧୮୦ ରୁ ୨୦୦ ମାଇଲ୍ ଦୂରରେ ରହିଛି।

ଗତ କିଛି ଦିନ ମଧ୍ୟରେ ସୃଷ୍ଟି ହୋଇଥିବା ତିନୋଟି ସାମୁଦ୍ରିକ ଝଡ଼ ମଧ୍ୟରୁ ଟ୍ରପିକାଲ୍ ଷ୍ଟର୍ମ ପିଟର ଅଳ୍ପ କ୍ଷତି ଘଟାଇ ପାରେ ବୋଲି କୁହାଯାଉଛି। ଏହି ବାତ୍ୟାର ପ୍ରଭାବରେ ମଙ୍ଗଳବାର ଦିନ ଠାରୁ ବର୍ଷା ଆରମ୍ଭ ହୋଇଯାଇଛି। ମଙ୍ଗଳବାରଠାରୁ ଏପର୍ଯ୍ୟନ୍ତ ପୁଏର୍ତୋ ରିକୋ ସମେତ କାରିବିଆନ୍ ଅଞ୍ଚଳରେ ତିନି ଇଞ୍ଚ ବର୍ଷା ହୋଇଛି। ଯାହାକି ରେକର୍ଡ କରାଯାଇଛି। ଅନ୍ୟଥା ଏହି ଝଡ଼ ବର୍ଷା ସ୍ଥଳଭାଗ ଛୁଇଁଲେ ସିଧାସଳଖ ଆମେରିକା ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଗତ ରବିବାର ଦିନ କାରବିଆନ ସାଗରର ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ବୋଲି ଆନ୍ତର୍ଜାତିକ ଗଣମାଧ୍ୟମର ରିପୋର୍ଟ କହୁଛି। ତେବେ କାରବିଆନ ସାଗରର ପୂର୍ବରେ ଆଟଲାଣ୍ଡିକ୍ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପିଟର୍ ବାତ୍ୟାର ରୂପ ନେଇସାରିଛି। ଏହା ହେଉଛି ୨୦୨୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ୧୬ତମ ବାତ୍ୟା । ପିଟର ଏବେ ଲିଓ୍ୱାର୍ଡ ଦ୍ୱୀପରୁ ୨୦୦ ମାଇଲ ଦୂରରେ ରହିଛି ।

ପାଣିପାଗ ବିଭାଗର କହିବାନୁସାରେ, କେନ୍ଦ୍ରୀଭୂତ ସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୪୫ ମାଇଲ ରହିଛି । ଯାହା ଘଣ୍ଟା ପ୍ରତି ୧୭ ମାଇଲ ବେଗରେ ଉତ୍ତର ପଶ୍ଚିମ ଆଡେ ମୁହାଁଉଛି । ଧିରେଧିରେ ଏହା ସମୁଦ୍ରରେ ବଳ ଗୋଟାଉଛି । ଏହା ପୂର୍ବ ଆମେରିକାରେ ମାଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବାତ୍ୟା ଫ୍ଲୋରିଡା ଆଡେ ମୁହାଁଇବ ନାହିଁ ବୋଲି ପାଣିପାଗବିତ ମାନେ ମତ ଦେଇଛନ୍ତି ।  ତେବେ ଏହା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ତାର ଚିତ୍ର ଅସ୍ପଷ୍ଟ ରହିଛି ।

ଆମେ ବର୍ତ୍ତମାନ ସୌଭାଗ୍ୟବାନ୍ ଯେ ଉଭୟ ରୋଜ ଏବଂ ପିଟର ବାତ୍ୟା, ଆମେରିକାର କୌଣସି ପ୍ରତ୍ୟକ୍ଷ କ୍ଷତି ଘଟାଇନାହିଁ ବୋଲି ପାଣିପାଗକେନ୍ଦ୍ରର ବିଶେଷଜ୍ଞ ଡେନିସ୍ ଫେଲ୍ଟଗେନ କହିଛନ୍ତି। କିନ୍ତୁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଝଡ଼ର ଫୁଲା ଅବସ୍ଥା ଦେଖିଲେ ହିଁ ଜଣାପଡିବ ଏହି ବାତ୍ୟା ପିଟର ଆମେରିକାରେ ପହଞ୍ଚିବ କି ନାହିଁ। କିନ୍ତୁ ତାହା ବର୍ତ୍ତମାନ ଠାରୁ କହିବା ମୁସ୍କିଲ୍।

Leave a Reply

Your email address will not be published. Required fields are marked *