ଦୀପାବଳି ସୁଦ୍ଧା ହ୍ରାସ ପାଇବ ପେଟ୍ରୋଲ ଆଉ ଡିଜେଲ ଦର୍ ! ଜାଣନ୍ତୁ କେତେ ଟଙ୍କା କମିବ…

ସଂସ୍କାର : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦରଦାମ ହ୍ରାସ ପାଇଛି । ଏହା ବ୍ୟତୀତ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କ କେନ୍ଦ୍ର ସରକାର ହ୍ରାସ କରିଛନ୍ତି। ଗତ କିଛି ମାସ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରହିଛି। ଦାମରେ କୌଣସି ହ୍ରାସ କି ବୃଦ୍ଧି ହୋଇନି। ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଟିକସ ହ୍ରାସ କରିଥିବାରୁ ମୂଲ୍ୟ ହ୍ରାସ ପାଇପାରେ।

ଦୀପାବଳି ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରାୟ ୭ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ଅଶୋଧିତ ତୈଳର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୯୦ ଡଲାର ରହିଛି।କିନ୍ତୁ ଏକ ମାସ ମଧ୍ୟରେ ତୈଳର ମୂଲ୍ୟ ବ୍ୟାରେଲ ପିଛା ମୂଲ୍ୟ ୮୭ ଡଲାରକୁ ଖସିପାରେ ବୋଲି ଅନୁମାନ କରାଯାଉଛି ।

ଦୀପାବଳି ସୁଦ୍ଧା ଖାଉଟିଙ୍କୁ ଆଶ୍ୱସ୍ତି ଦେଇ କମ୍ପାନିଗୁଡିକ ତୈଳର ମୂଲ୍ୟରେ ହ୍ରାସ କରିପାରନ୍ତି। ଗତ ସୋମବାର ସଂଧ୍ୟାରେ ଅନ୍ତର୍ଜାତୀୟ ବାଜରରେ ଅଶୋଧିତ ତୈଳର ମୂଲ୍ୟରେ ଦୁଇ ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା। ଅଶୋଧିତ ତୈଳ ମୂଲ୍ୟ ୨.୪୪ ପ୍ରତିଶତ ହ୍ରାସ ସହ ୮୯.୧୨ ଡଲାର ପ୍ରତି ବ୍ୟାରେଲ ବ୍ୟବସାୟ କରୁଥିଲା। ୭ ମାସ ଭିତରେ ଅଶୋଧିତ ତୈଳର ମୂଲ୍ୟରେ ୩୯ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି।

Leave a Reply

Your email address will not be published. Required fields are marked *