ସୋସିଆଲ ମିଡ଼ିଆରେ ଦେଖିବାକୁ ଅନେକ ଅଦ୍ଭୁତ ଭିଡ଼ିଓ ଏବଂ ଫଟୋ ଉପଲବ୍ଧ । କିନ୍ତୁ ଏପରି କିଛି ଘଟଣା ଅଛି ଯାହା ବିଷୟରେ ଜାଣିବା ପରେ ବିଶ୍ଵାସ କରିବା ମୁସ୍କିଲ ହୋଇଯାଏ । ତେବେ ଏମିତି ଏକ ଘଟଣା ଘଟିଛି ଭାରତରେ ଯେଉଁଠି ଗୋଟିଏ ଛେଳି ଜନ୍ମ ଦେଇଛି ଅବିକଳ ମଣିଷ ମୁହଁ ପରି ଦିଶୁଥିବା ଛେଳି ଛୁଆ ।
ଗୁଜୁରାଟର ସେଲ୍ଟିପାରା ଗାଁତୁ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ୪ ଟା ଗୋଡ଼ ଏବଂ କାନ ଛେଳି ପରି ଥିଲା, ମାତ୍ର କେବଳ ମୁହଁ ନୁହେଁ ସମଗ୍ର ଶରୀର ମଣିଷ ପରି ଥିଲା । ଏପରିକି ଲାଙ୍ଗୁଡ଼ ମଧ୍ୟ ନଥିଲା । ତେବେ ଏହା ଏକ ଛେଳି ଛୁଆ ଯିଏ ଜନ୍ମ ହେବାର ମାତ୍ର କେଇ ମିନିଟ ପରେ ମୃତ୍ୟୁବରଣ କରିଥିଲା ।
ତେବେ ଏହି ଭିଡ଼ିଓଟି ପୁରୁଣା ଏବଂ ୨୦୨୦ଋ ଏହା ଭାଇରାଲ ହେଉଛି । ତେବେ ଘଟଣା ପରେ ଉକ୍ତ ଅଦ୍ଭୁତ ଛେଳି ଛୁଆକୁ ଦେଖିବାକୁ ନିକଟ ତଥା ଦୂରଦୂରାନ୍ତରର ଲୋକମାନେ ଭିଡ଼ ଜମେଇଥିଲେ ଏବଂ ତାକୁ ପୂଜା କରିବା ଆରମ୍ଭ କରିଦେଇଥିଲେ । ଏହି ଫଟୋ ଏବଂ ଭିଡ଼ିଓ ଉଭୟ ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ ହେଉଛି ।