ସଂସ୍କାର : ବାହା ହେବେ କୁଆଁରା। ବର୍ତ୍ତମାନ ସମୟରେ ଗୋଟିଏ ଜୀବନସାଥୀ ଖୋଜିବା ବହୁତ କଷ୍ଟକର । କିଏ ଦେଖିବା ପାଇଁ ଅସୁନ୍ଦର ତ ଆଉ କିଏ ବେରୋଜଗାର। ଏଥିପାଇଁ କେତେ ଯେ ଲୋକେ ଅବିବାହିତ ହୋଇରହୁଛନ୍ତି ତାହା କହିବା ଅସମ୍ଭବ । ଏ ସବୁ ମଧ୍ୟରେ ଗୋଟେ ଚିତ୍ର ନଜର ଆସିଛି କେରଳରୁ । କେରଳର କନ୍ନୁର ଜିଲ୍ଲାରେ ପିନାରାଇ ଗ୍ରାମରେ ଅବିବାହିତ ପୁରୁଷ ସଂଖ୍ୟା ଏତେ ଯେ ଯାହାକୁ ଦେଖି ପଂଚାୟତ ଗୋଟେ ୱେବସାଇଟ ଲଂଚ କରିବାକୁ ନିଷ୍ପତି ନେଇଛନ୍ତି ।
୩୫ ବର୍ଷରୁ ଅଧିକ ଯେ କୌଣସି ବ୍ୟକ୍ତି ଯଦି ବିବାହ ହୋଇପାରୁନାହିଁ ତେବେ ଏହି ୱେବସାଇଟକୁ ଆସି ଜୀବନସାଥୀ ପାଇପାରିବେ । ପିନାରାଇ ପଂଚାୟତର ମୁଖ୍ୟ ରାଜୀବନ କହିଛନ୍ତି ଲୋକମାନଙ୍କର ପରାମର୍ଶ ପ୍ରଥମେ ବିବାହ ପୂର୍ବରୁ ନିଆଯିବ । ଗୋଟେ ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ପ୍ରାୟ ଭିନ୍ନ ଭିନ୍ନ କାରଣରୁ ୩୫ ବର୍ଷରୁ ଅଧିକ ଲୋକମାନେ ଅବିବାହିତ ବର୍ତମାନ ସୁଦ୍ଧା ଅଛନ୍ତି ।
ତେବେ ଏହାର ସମାଧାନ ପାଇଁ କେତେକ ଯୁବ ସଂଗଠନ ଦଳ ଓ ରାଜନୈତିକ ଦଳ ଆସିଛନ୍ତି । ସେ କହିଛନ୍ତି ୱେବସାଇଟ ଖୋଲିବା ଦ୍ୱାରା ଭିନ୍ନଭିନ୍ନ ଯାଗାରୁ ପ୍ରସ୍ତା ମଧ୍ୟ ଆସିବ ଯାହାକି ଫଳରେ ସମସ୍ୟାର ସମାଧାନ ହୋଇପାରିବ । ତା ଛଡା ଯଦି ଟଙ୍କାର ଅସୁବିଧା ଦେଖାଯାଏ ତେବେ ଗାଁର ଗ୍ରାମପଂଚାୟତ ବୁଝିବେ ବୋଲି ନିଷ୍ପତି ନିଆଯାଇଛି ।