ନୂଆଦିଲ୍ଲୀ:ରାଫେଲ ବିମାନ ହରିୟାଣାର ଅମ୍ବାଲା ଏୟାରବେସରେ ସୁରକ୍ଷିତ ଅବତରଣ କରିଛି। ଅବତରଣକୁ ଦୃଷ୍ଟିରେ ରଖି ଅମ୍ବାଲା ଏୟାରବେସରେ ପୋଲିସ ସାମରିକ ବେସର ସୁରକ୍ଷାକୁ କଡାକଡି କରିଛି। ଭାରତୀୟ ବିମାନରେ ପାଞ୍ଚଟି ରାଫାଲ ବିମାନ ପହଞ୍ଚିବା ପରେ ଯୁଦ୍ଧ ଜାହାଜ INS କୋଲକାତା ସ୍ୱାଗତ କରି କହିଲା- ଏହା ଏକ ଗର୍ବର ଉଡ଼ାଣ, ହାପି ଲ୍ୟାଣ୍ଡିଂ।
ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ 5 ଟି ରାଫେଲ ବିମାନର ଐତିହାସିକ ଅବତରଣ ପରେ ଟ୍ୱିଟ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି, ‘ରାଷ୍ଟ୍ର ର ରକ୍ଷା ଭଳି କୌଣସି ପୁର୍ଣ୍ୟ ନାହିଁ,ରାଷ୍ଟ୍ର ର ରକ୍ଷା ଭଳି କୌଣସି ଉପବାସ ନାହିଁ,ରାଷ୍ଟ୍ର ର ରକ୍ଷା ଠାରୁ କୌଣସି ଅଧିକ ଯଜ୍ଞ ନାହିଁ।
ବର୍ତମାନ 5 ରାଫାଲ ଯୁଦ୍ଧ ବିମାନ (Five Rafale fighter jets) ଫ୍ରାନ୍ସର ଏୟାରବେସରୁ ଭାରତ ଆସିଥିବା ବେଳେ ଅନ୍ୟପଖରେ ତୁରନ୍ତ ଚାଇନାକୁ ଏସ ୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷ। ଏହା ଚୀନ୍ ପାଇଁ ଏକ ବଡ ଧକ୍କା ହୋଇପାରେ।