ଏହି ଘଟଣା ପରେ ଟ୍ଵିଟ କରି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଜଣାଇଲେ ସମବେଦନା, ପଢନ୍ତୁ ପୁରା ଖବର

ଗତକାଲି ସନ୍ଧ୍ୟାବେଳେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମହଡ଼ଠା‌ରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ କେଉଁ ବ୍ୟକ୍ତିର ସଂପୃକ୍ତି ଥିବା ସ‌ନ୍ଦେହ କରି ପୋଲିସ ୫ ଜଣଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି । ତେବେ ଆଜି ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣା ନେଇ ସମବେଦନା ଜଣାଇଛନ୍ତି । ଘଟଣା ସ୍ଥଳରେ ସ୍ଥାନୀୟ କର୍ତ୍ତୃପକ୍ଷ ଓ NDRF ଦଳ ମିଶି ସମସ୍ତ ସାମ୍ଭବ୍ୟ ସହାୟତା ଯୋଗାଉନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ଯଦିଓ ଏହି ଦୁର୍ଘଟଣାରେ ଜଣେ ନିହତ ହୋଇଛନ୍ତି ଏଯାବତ୍ ଆହତଙ୍କ ସଂଖ୍ୟା କିନ୍ତୁ ୮୦ରୁ ଅଧିକ । ତେବେ ୬୦ ଜଣଙ୍କୁ ଉଦ୍ଧାର କରାଯାଇଥିଲାବେଳେ ପ୍ରାୟ ୨୦/୨୫ ଜଣ ବ୍ୟକ୍ତି ଏବେ ଘଟଣା ସ୍ଥଳରେ ଫସି ରହିଥିବା ନେଇ ସନ୍ଦେହ କରାଯାଉଛି ।

ତେବେ ଟ୍ଵିଟ କରି ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି ଯେ ମହାରାଷ୍ଟ୍ର ରାୟଗଡ଼ର ମହଡ଼ଠାରେ କୋଠା ଭୁଶୁଡ଼ିବା ଏବଂ ସେହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ଖବର ଦୁଃଖଦାୟକ । ମୁଁ ଏବଂ ମୋର ପ୍ରାର୍ଥନା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ସହିତ ଅଛି । ମୁଁ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ NDRF ଦଳ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସୋସିଆଲ ମିଡ଼ିଆରେ ଟ୍ଵିଟ କରି ଲେଖିଛନ୍ତି ଯେ ମହାରାଷ୍ଟ୍ରର ରାୟଗଡ଼ ମହଡ଼ଠାରେ କୋଠା ଭୁଶୁଡ଼ିବା ଘଟଣାରେ ମୁଁ ଖୁବ୍ ଦୁଃଖିତ । ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ସହିତ ମୁଁ ଅଛି । ମୁଁ ପ୍ରାର୍ଥନା କରୁଛି ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ । ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ NDRF ଦଳ ସମସ୍ତ ସାମ୍ଭବ୍ୟ ସହାୟତା ପ୍ରଦାନ କରିବାକୁ ଦୁର୍ଘଟଣାସ୍ଥଳରେ ଅଛନ୍ତି ।

Leave a Reply

Your email address will not be published. Required fields are marked *