କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କରୋନା ଟିକାକୁ ନେଇ କରିଛନ୍ତି ସ୍ପଷ୍ଟୀକରଣ । ସେ କହିଛନ୍ତି ଯେ କେବଳ ବିହାର ନୁହେଁ ସାରା ଦେଶରେ ମାଗଣାରେ ମିଳିବ କରୋନା ଟିକା । ଏନେଇ ପୂର୍ବରୁ ଘୋଷଣା କରିଛନ୍ତି ମାନନୀୟ ପ୍ରଧାନମନ୍ତ୍ରୀ । ଏହାବ୍ୟତୀତ କିପରି ଦେଶ ସାରା ଲୋକେ ମାଗଣାରେ କରୋନା ଟିକା ପାଇପାରିବେ ସେଥିପାଇଁ ଆବଶ୍ୟକ ପାଣ୍ଠିର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ପ୍ରତାପ ଷଢ଼ଙ୍ଗୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ କିନ୍ତୁ ବାଲେଶ୍ଵର ସଦର ନିର୍ବାଚନ ପ୍ରଚାର ସମୟରେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପ୍ରତାପ ସ୍ଵାଇଁ ମାଗଣାରେ ଟିକା ଦେବାକୁ ବିଜେପିର ଇସ୍ତାହାରରେ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବାନୁସାରେ ବିହାରରେ ନିର୍ବାଚନ ଥିବାରୁ ମାଗଣାରେ ଟିକା ଦିଆଯିବା ନେଇ ଇସ୍ତାହାର ପ୍ରକାଶ କରାଯାଇଛି । ହେଲେ ଓଡ଼ିଶାରେ ଏନେଇ ଦୁଇ କେନ୍ଦ୍ରମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି ? ଏନେଇ ରାଜେନ୍ଦ୍ର ପ୍ରତାପ ସ୍ଵାଇଁ ଓରଫ୍ ରାଜା ସ୍ଵାଇଁ ଟ୍ଵିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ।