୮ ଟା ହସ୍ପିଟାଲ ଏବଂ ୧୩ ଘଣ୍ଟା ବୁଲିବା ପରେ ସଂଘର୍ଷ କରୁକରୁ ଆମ୍ବୁଲାନ୍ସ ଭିତରେ ଚାଲିଗଲା ମା’-ଛୁଆଙ୍କ ଜୀବନ

ନୋଏଡା : ଶୁକ୍ରବାର ଦିନ ଗ୍ରେଟର ନୋଏଡାରେ ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରା ନପାରିବାରୁ ଆମ୍ବୁଲାନ୍ସରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ମୃତ୍ୟୁ ପୂର୍ବରୁ ୧୩ ଘଣ୍ଟା ଧରି ମହିଳା ଜଣକ ସଂଘର୍ଷ କରିଥିଲେ । ୮ ଟି ଡାକ୍ତରଖାନା ବୁଲିବା ପରେ ମଧ୍ୟ ତାଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ବେଡ଼ ମିଳିନଥିଲା । ଫଳସ୍ୱରୂପ ଆମ୍ବୁଲାନ୍ସରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ଯାହା ପରେ ପରିବାର ତଦନ୍ତ ପାଇଁ ଦାବି କରିଥିଲେ ।

ନୋଏଡା-ଗାଜିଆବାଦ ସୀମାରେ ଥିବା ଖୋଡା କଲୋନୀର ନିଲମ୍ ଗର୍ଭଧାରଣ ସମ୍ବନ୍ଧୀୟ ସମସ୍ୟା ପାଇଁ ଘରୋଇ ଶିବାଲିକ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ତାଙ୍କ ସ୍ୱାମୀ ସୂଚନା ଦେଇଛନ୍ତି । ହେଲେ ଶୁକ୍ରବାର ଦିନ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଶିବାଲିକ୍ ହସ୍ପିଟାଲ ନିଆଯାଇଥିଲେ ଯେଉଁଠି ଭର୍ତ୍ତି କରିବାକୁ ମନା କରିଦିଆ ଯାଇଥିଲା । ଫଳରେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ଦୌଡ଼ିବାକୁ ପଡ଼ିଥିଲା ।

ଚିକିତ୍ସା ଅଭାବରୁ ୮ ମାସର ଗର୍ଭବତୀ ମୃତକ ମହିଳା ନିଲମଙ୍କ ସ୍ୱାମୀଙ୍କ କହିଛନ୍ତି ଯେ ପ୍ରଥମେ ଇଏସଆଇ ହସ୍ପିଟାଲ, ପରେ ସେକ୍ଟର ୩୦ରେ ଥିବା ଏକ ହସ୍ପିଟାଲକୁ ଯାଇଥିଲୁ । ଆଡମିସନ କରିବାକୁ ମନା କରିବାରୁ ଶାରଦା ହସ୍ପିଟାଲକୁ ଓ ଗ୍ରେଟର ନୋଏଡା ସ୍ଥିତ ସରକାରୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଜିଆଇଏମ୍ଏସ୍)କୁ ବି ଯାଇଥିଲୁ । ମାତ୍ର ସମସ୍ତେ ନିଲମଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ । ଶେଷରେ ଯେପି, ଗୌତମ ବୁଦ୍ଧ ନଗରର ଫୋର୍ଟିସ୍ ହସ୍ପିଟାଲ ଓ ଗାଜିଆବାଦର ବୈଶାଳୀରେ ଥିବା ମାକ୍ସରେ ନିଲମଙ୍କୁ ଭର୍ତ୍ତି କରିବା ପାଇଁ ଅନୁରୋଧ କରାଯାଇଥିଲା । ସବୁଠି ବେଡ ନାହିଁ ବୋଲି ଶୁଣିବାକୁ ମିଳିଲା ।

Leave a Reply

Your email address will not be published. Required fields are marked *