ଫୋନ ଯୋଗେ କଥା ହେଲେ ମୋଦି – ପୁଟିନ, ପଢ଼ନ୍ତୁ ମହାଯୁଦ୍ଧକୁ ନେଇ କଣ କହିଲେ ମୋଦି…

ସଂସ୍କାର : ଗତକାଲିଠାରୁ ୟୁକ୍ରେନକୁ ତିନିପଟୁ ଆକ୍ରମଣ କରିଚାଲିଛି ରୁଷ୍। ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଥର ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ୍। ଏହାରି ମଧ୍ୟରେ ୟୁକ୍ରେନର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିସାରିଲେଣି। ଆଉ ୨୦୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।ୟୁକ୍ରେନର ରାଷ୍ଟ୍ରପତି ସମସ୍ତ ବିଶ୍ୱର ସାହାଯ୍ୟ ଲୋଡିଛନ୍ତି। ମାତ୍ର ତାଙ୍କୁ କୌଣସି ଦେଶ ଏପର୍ଯ୍ୟନ୍ତ ସାହାଯ୍ୟ କରିନାହାନ୍ତି। ଖାଲି ସମସ୍ତେ ସହାନୁଭୂତି ଦେଉଛନ୍ତି। ଆଉ ସେପଟେ ଆମେରିକା ମଧ୍ୟ ୟୁକ୍ରେନର ସପୋର୍ଟରେ ବାହାରିଥିଲେ ମଧ୍ୟ କୌଣସି ଯୁଦ୍ଧ ଭିତ୍ତିକ ସାହାଯ୍ୟ ୟୁକ୍ରେନକୁ କରିନାହିଁ।

ଏହାରି ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କର ସାହାଯ୍ୟ ଲୋଡ଼ିଥିଲେ। କାରଣ ସେ ଜାଣିଛନ୍ତି ଯେ ରୁଷକୁ କେବଳ ଲଗାମ ଲଗାଇବାର କ୍ଷମତା ଭାରତ ପାଖରେ ଅଛି। ତେଣୁ ସେ ମୋଦିଙ୍କର ସାହାଯ୍ୟ ଲୋଡିଥିଲେ। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରୁଷ୍ ରାଷ୍ଟ୍ରପତି ବ୍ଲିଦିମୀର୍ ପୁଟିନଙ୍କ ସହ ଗୁରୁବାର ମଧ୍ୟ ରାତିରେ କଥା ହୋଇଛନ୍ତି।

ୟୁକ୍ରେନ୍‌-ଋଷ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ରାଷ୍ଟ୍ରପତି ବ୍ଲିଦିମୀର ପୁଟିନଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି। ଗୁରୁବାର ରାତିରେ ଫୋନ୍ କରି ଆଲୋଚନା କଲାବେଳେ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚାନା କରିବା ସହିତ ଯୁଦ୍ଧକୁ ବିରାମ ଦେବାକୁ ଅନୁରୋଧ କରିଛନ୍ତି।

ଅନ୍ୟପଟେ ପୁଟିନ ମଧ୍ୟ ମୋଦୀଙ୍କୁ ଘଟଣାର ତାଜା ଅପ୍‌ଡେଟ ଦେଇଛନ୍ତି। ତେବେ ସମସ୍ୟାର ସମାଧାନ ଯୁଦ୍ଧ ମାଧ୍ୟମରେ ନହୋଇ ଆଲୋଚନା ମାଧ୍ୟମରେ ହୋଇପାରିବ ବୋଲି ମୋଦୀ ପୁଟିନଙ୍କୁ ବୁଝାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ହିଂସା ଉପରେ ତୁରନ୍ତ ରୋକ ଲଗାଇବାକୁ ଅନୁରୋଧ କରିବା ସହିତ ରାଷ୍ଟ୍ରଦୂତ ମାଧ୍ୟମରେ ଆଲୋଚନା କରି ସମାଧାନର ବାଟ ବାହାର କରିବା ପାଇଁ ଉଭୟ ପକ୍ଷ ପ୍ରୟାଶ କରିବାକୁ ଆହ୍ୱାନ ଦେଇଛନ୍ତି।

ସେହିପରି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ନାଗରିକଙ୍କ ବିଷୟରେ ଚିନ୍ତା ପ୍ରକଟ କରିବା ସହିତ ପୁଟିନଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ମୋଦୀ। ପୁଟିନ ମଧ୍ୟ ମୋଦୀଙ୍କ କଥାରେ ସହମତି ପ୍ରକାଶ କରି ରାଷ୍ଟ୍ରଦୂତ ମାଧ୍ୟମରେ ନିୟମିତ ସମ୍ପର୍କ ରଖିବାକୁ କହିଛନ୍ତି। ତେବେ ଭାରତ ପୋଲାଣ୍ଡ ପଟେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଆଣିବା ପାଇଁ ଚେଷ୍ଟା କରିବ ବୋଲି ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *