ସଂସ୍କାର :- ଜୁଲାଇ ୭ ତାରିଖ ଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି , ତାଙ୍କ କ୍ୟାବିନେଟର ସମ୍ପ୍ରସାରଣ କରିସାରିଛନ୍ତି। ଏହି ସମ୍ପ୍ରସାରଣ ପୂର୍ବରୁ ୧୨ ଜଣ ମନ୍ତ୍ରୀ ଇସ୍ତଫା ମଧ୍ୟ ଦେଇଥିଲେ । ଏହା ପରେ ୩୬ ଜଣ ନୂଆ ଚେହେରା ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ୭ ଜଣ ମନ୍ତ୍ରୀଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି। ଅର୍ଥାତ୍ ମୋଦିଙ୍କ କ୍ୟାବିନେଟରେ ମୋଟ ଉପରେ ସମୁଦାୟ ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଦୀ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୭୮ କୁ ବୃଦ୍ଧି ପାଇଛି।
ତେବେ ଏଠାରେ ଆମେ କହି ରଖୁଛି ଯେ, ଆଜି ପର୍ଯ୍ୟନ୍ତ ଏହା ମୋଦୀଙ୍କର ସବୁଠାରୁ ବଡ କ୍ୟାବିନେଟ୍ ସମ୍ପ୍ରସାରଣ । ଗୋଟିଏ ପକ୍ଷରେ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିବାର ବ୍ୟବସ୍ଥା ରହିଥିବା ବେଳେ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣ ମନ୍ତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ଥାନ ଖାଲି ରହିଛି।
୨୦୧୪ ମସିହାରେ ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଥମ ଥର କ୍ଷମତାକୁ ଆସିଥିଲେ, ସେତେବେଳେ ତାଙ୍କ କ୍ୟାବିନେଟରେ କେବଳ ୪୬ ଜଣ ମନ୍ତ୍ରୀ ରହିଥିଲେ। ତା’ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ଲୋଗାନ ଦେଇଥିଲେ । ତାହା ଥିଲା “” Minimum Government Maximum Governance.””
ତେବେ ତିନି ବର୍ଷ ପରେ ପରିସ୍ଥିତି ବଦଳିଲା ଏବଂ ମୋଦିଙ୍କ କ୍ୟାବିନେଟରେ ମନ୍ତ୍ରୀଙ୍କ ସଂଖ୍ୟା ୭୬ କୁ ବୃଦ୍ଧି ପାଇଲା। ୨୦୧୯ ମସିହାରେ ଯେତେବେଳେ ମୋଦୀ ଦ୍ୱିତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ , ସେତେବେଳେ ମୋଟ ୫୮ ମନ୍ତ୍ରୀ ମୋଦୀ କ୍ୟାବିନେଟର ସ୍ଥାନ ପାଇଥିଲେ।
ତେବେ କ୍ୟାବିନେଟ ସମ୍ପ୍ରସାରଣର ୨ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂତନ ଦଳର ସଦସ୍ୟମାନଙ୍କୁ ନିଜ ନିଜର ଦାୟିତ୍ୱ ହସ୍ତାନ୍ତର କରିବା ଆରମ୍ଭ କରିଦେଇଥିଲେ। ସର୍ବପ୍ରଥମେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନୂତନ ମନ୍ତ୍ରଣାଳୟ,ଯାହାର ନାମ ministry of corporation, ଅର୍ଥାତ୍ ସହଯୋଗ ବା ସହକାରିତା ମନ୍ତ୍ରଣାଳୟ ଦିଆଯାଇଥିଲା । ହାର୍ଭାର୍ଡରେ ପାଠ ପଢିଥିବା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆଙ୍କୁ aviation ministry ବା ବିମାନ ମନ୍ତ୍ରଣାଳୟ ଏବଂ ଆଇଆଇଟିରୁ ସ୍ନାତକୋତ୍ତର ହାସଲ କରିଥିବା ashwini vaishnav ଙ୍କୁ ରେଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।
ତେବେ ମୋଦୀଙ୍କ ନୂଆ କ୍ୟାବିନେଟ ଏବଂ କେଉଁ ମନ୍ତ୍ରୀଙ୍କୁ କଣ ଦାୟିତ୍ୱ ଦିଆଯାଇଛି। ଚାଲନ୍ତୁ ଦେଖିବା।
ପ୍ରଥମେ ଆମେ ନଜର ଦେବା ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ଉପରେ।
ଆମେ ପ୍ରଥମେ ଦେଖିବା ନରେନ୍ଦ୍ର ମୋଦି କେଉଁ କେଉଁ ଦାୟିତ୍ୱ ରେ ରହିଛନ୍ତି :- ମୋଦି ଜି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ରହିଥିବା ବେଳେ, ଅନ୍ୟପଟେ ministry of personal (ବ୍ୟକ୍ତିଗତ ମନ୍ତ୍ରଣାଳୟ) , Public Grievance and Pension, (ଜନସାଧାରଣଙ୍କ ଅଭିଯୋଗ ଏବଂ ପେନସନ୍) atomic energy (ପରମାଣୁ ଶକ୍ତି ) , department of space ( ମହାକାଶ ବିଭାଗ ) ଏବଂ policy issue, ( ନୀତି ପ୍ରସଙ୍ଗ) ମନ୍ତ୍ରଣାଳୟ ର ଦାୟିତ୍ୱରେ ରହିଛନ୍ତି। ତେବେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ମଧ୍ୟ ଏହି ବିଭାଗ ଗୁଡିକର ଦାୟିତ୍ୱ ରେ ଥିଲେ।
ଦ୍ବିତୀୟରେ ରହିଛନ୍ତି ରାଜନାଥ ସିଂ। ସେ Defense Ministry ବା (ପ୍ରତିରକ୍ଷା ମନ୍ତ୍ରଣାଳୟ) ଦାୟିତ୍ୱରେ ରହିଛନ୍ତି। ତେବେ ସେ ପୂର୍ବରୁ ମଧ୍ୟ ଏହି ମନ୍ତ୍ରଣାଳୟର ଦାୟିତ୍ୱରେ ରହିଥିଲେ।
ତାଲିକାର ତୃତୀୟରେ ରହିଛନ୍ତି ଅମିତ ଶାହା | ସେ ପୂର୍ବରୁ ଦେଶର ଗୃହ ମନ୍ତ୍ରଣାଳୟ ର ଦାୟିତ୍ୱରେ ରହିଆସିଥିବା ବେଳେ, ବର୍ତ୍ତମାନ co-operation ministry (ସହଯୋଗ ବା ସହକାରିତା ମନ୍ତ୍ରଣାଳୟ) ର ନୂଆ ଦାୟିତ୍ୱ ହାତକୁ ନେଇଛନ୍ତି।
ଏହି ଧାରରେ , ନିତିନ୍ ଗଡକରୀଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ ministry of road transport and highways ବା (ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ) ର ବିଭାଗ ଦାୟିତ୍ୱ ରେ ରହିଛନ୍ତି ।
ସେହିପରି ନିର୍ମଳା ସୀତାରମଣଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ Finance Ministry ଏବଂ Corporate Affairs ବା (ଅର୍ଥ ମନ୍ତ୍ରଣାଳୟ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ) ର ବିଭାଗ ଦାୟିତ୍ୱ ରେ ରହିଛନ୍ତି ।
ତେବେ ନରେନ୍ଦ୍ର ସିଂ ତୋମାର ଙ୍କ ମନ୍ତ୍ରୀପଦରେ ପରିବର୍ତନ ହୋଇଛି। ସେ ପୂର୍ବରୁ rural development ବା (ଗ୍ରାମୀଣ ବିକାଶ) ମନ୍ତ୍ରୀ ଭାବରେ ଜଣାଯାଉଥିବା ବେଳେ, ବର୍ତ୍ତମାନ ତୋମାର ଜି Agriculture and Farmers Welfare ବା (କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ) ର ବିଭାଗ ଦାୟିତ୍ୱ ବହନ କରିବେ।
ସେହିପରି ଏସ୍ ଜୟ ଶଙ୍କର ଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ external affairs ministry ବା (ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ) ର ବିଭାଗ ଦାୟିତ୍ୱ ରେ ରହିଛନ୍ତି ।
ଅନ୍ୟପଟେ ଅର୍ଜୁନ ମୁଣ୍ଡା ଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ Tribal Affairs ବା (ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ) ର ବିଭାଗ ଦାୟିତ୍ୱ ରେ ରହିଛନ୍ତି ।
ଏହି ଧାରାରେ ସ୍ମୃତି ଇରାନୀ ଙ୍କ ମନ୍ତ୍ରୀପଦରେ ପରିବର୍ତନ ହୋଇଛି। ସେ ପୂର୍ବରୁ ଟେକ୍ସଟାଇଲ୍ ମନ୍ତ୍ରଣାଳୟ ସମ୍ଭାଳୁଥିବା ବେଳେ ବର୍ତ୍ତମାନ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ସେହିପରି ପୀୟୁଷ ଗୋୟଲଙ୍କ ମନ୍ତ୍ରୀପଦରେ ପରିବର୍ତ୍ତନ ହୋଇଛି। ସେ ପୂର୍ବରୁ ଦେଶର ରେଲୱେ ମନ୍ତ୍ରୀ ଭାବରେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିବା ବେଳେ , ବର୍ତ୍ତମାନ Commerce & Industry ବା (ବାଣିଜ୍ୟ ଏବଂ ଶିଳ୍ପ) Consumer Affairs ବା (ଗ୍ରାହକ ବ୍ୟାପାର ) Food and Public Distribution ବା (ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ) ଏବଂ Textile ବା ( ବୟନଶିଳ୍ପ ) ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଏହି କ୍ରମରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସେ ପୂର୍ବରୁ ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ସ୍ଥାନ ପାଇ ଥିବା ବେଳେ , ବର୍ତ୍ତମାନ କିନ୍ତୁ Education ବା (ଶିକ୍ଷା) Skill Development ବା ( ଦକ୍ଷତା ବିକାଶ ) ଏବଂ Entrepreneurship ବା (ଉଦ୍ୟୋଗୀତା) ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଅନ୍ୟପଟେ ପ୍ରହ୍ଲାଦ ଯୋଶୀଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ ପୂର୍ବ ଭଳି ମୋଦିଙ୍କ କ୍ୟାବିନେଟ ର ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ସେହିପରି ମୁଖାର୍ ଅବ୍ବାସ ନାକଭିଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ ମଧ୍ୟ ପୂର୍ବ ଭଳି ମୋଦିଙ୍କ କ୍ୟାବିନେଟ ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଅନ୍ୟପଟେ ଗିରିରାଜ ସିଂଙ୍କ ମନ୍ତ୍ରୀପଦରେ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ପଶୁପାଳନ, ଦୁଗ୍ଧ ଏବଂ ମତ୍ସ୍ୟ ବିଭାଗ ଥିଲା, ତେବେ ବର୍ତ୍ତମାନ ଠାରୁ ଗିରିରାଜ ସିଂଙ୍କ ପାଖରେ ଏକ ନୂତନ ଦାୟିତ୍ୱ ଦିଆଯାଇଛି। ଗିରିରାଜ ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କରାଯାଇଛି। ସେ ବର୍ତ୍ତମାନ ଠାରୁ ଏହି ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ସେହିପରି ଗଜେନ୍ଦ୍ର ସିଂ ଶେଖୱାତଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ ପୂର୍ବ ଭଳି ମୋଦିଙ୍କ କ୍ୟାବିନେଟ ର ଜଳ ବିଦ୍ୟୁତ୍ ଶକ୍ତି ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଏହି କ୍ରମରେ ରାଜକୁମାର ସିଂଙ୍କ ମଧ୍ୟ କୌଣସି ବିଭାଗ କୁ ପରିବର୍ତ୍ତନ ହୋଇନାହିଁ । ସେ ମଧ୍ୟ ପୂର୍ବ ଭଳି ଶକ୍ତି , ନୂତନ ଏବଂ ନବୀକରଣଯୋଗ୍ୟ ମନ୍ତ୍ରଣାଳୟର ଦାୟିତ୍ୱ ନେବେ।
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ଦେଖିଲେ ମୋଦିଙ୍କ କ୍ୟାବିନେଟର କେଉଁ କେଉଁ ମନ୍ତ୍ରୀଙ୍କ ମନ୍ତ୍ରୀ ପଦ ପରିବର୍ତ୍ତନ ହୋଇଛି ଓ କେଉଁ ମନ୍ତ୍ରୀଙ୍କ ସ୍ଥାନ ସୁରକ୍ଷିତ ରହିଛି। ତେବେ ବର୍ତ୍ତମାନ ଦେଖିବା ମୋଦିଙ୍କ କ୍ୟାବିନେଟ ପାହ୍ୟାରେ କେତେଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି।
ମୋଦିଙ୍କ କ୍ୟାବିନେଟରେ ପ୍ରଥମ ନୂଆ ମୁହଁ ହେଉଛନ୍ତି
ନାରାୟଣ ରାଣେ | ମହାରାଷ୍ଟ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିସାରିଥିବା ରାଣେ ଜି ଙ୍କୁ ବର୍ତ୍ତମାନ ମୋଦିଙ୍କ କ୍ୟାବିନେଟ ରେ MSME ବା (ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) ମନ୍ତ୍ରଣାଳୟ ର ଦାୟିତ୍ୱ ଦିଆଯାଇଛି।
ସେହିପରି ଦ୍ୱିତୀୟ ନୂଆ ମୁହଁ ହେଉଛନ୍ତି ସରବାନନ୍ଦ ସୋନୋୱାଲ। ସେ ମଧ୍ୟ ଆସାମର ମୁଖ୍ୟମନ୍ତ୍ରୀ ରହିସାରିଥିବା ବେଳେ, ବର୍ତ୍ତମାନ ସରବାନନ୍ଦ ଦେଶର ବନ୍ଦର, ପରିବହନ ଏବଂ ଜଳପଥ, ଓ ଆୟୁଷ ମନ୍ତ୍ରଣାଳୟର ଭାର ସମ୍ଭାଳିବେ।
ଏହି ଧାରାରେ ଆମ ତାଲିକାର ତୃତୀୟ ନୂଆ ମୁହଁ ହେଉଛନ୍ତି ବିରେନ୍ଦ୍ର କୁମାର । ସେ ମୋଦିଙ୍କ କ୍ୟାବିନେଟରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଦାୟିତ୍ୱ ନେବେ।
ତା ପରେ ଆମ ତାଲିକାରେ ଆସୁଛନ୍ତି ଷ୍ଟାନଫୋର୍ଡ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜିନେସ୍ ଓ ହାର୍ଭାର୍ଡ ୟୁନିଭ୍ରସିଟି ରୁ ଶିକ୍ଷା ଲାଭ କରିଥିବା ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ। ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ନେବେ।
ଏହି କ୍ରମରେ ରାମଚନ୍ଦ୍ର ପ୍ରସାଦ ସିଂ ମଧ୍ୟ ମୋଦିଙ୍କ କ୍ୟାବିନେଟ ପାହ୍ୟାରେ ନୂଆ ମୁହଁ। ରାମଚନ୍ଦ୍ରଙ୍କୁ ମିଳିଛି ଦେଶର ଇସ୍ପାତ ବା ଷ୍ଟିଲ୍ ମନ୍ତ୍ରଣାଳୟ ର ଦାୟିତ୍ୱ ।
ରାମଚନ୍ଦ୍ରଙ୍କ ପରେ ଆଉ ଏକ ନୂଆ ମୁହଁ ହେଉଛନ୍ତି ଅଶ୍ୱିନୀ ବୈଷ୍ଣବ । ଯିଏକି ଜଣେ ପୁରୁଖା IAS officer । ତାଙ୍କୁ ଆମ ପ୍ରଧାନମନ୍ତ୍ରୀ ଏକାସାଙ୍ଗରେ ତିନୋଟି ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି। ଅଶ୍ୱିନୀ ବୈଷ୍ଣବ ବର୍ତ୍ତମାନ ଦେଶର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବା information technology ମନ୍ତ୍ରଣାଳୟ ର ଦାୟିତ୍ୱ ସମ୍ଭାଳିବେ।
ମୋଦିଙ୍କ କ୍ୟାବିନେଟରେ ଆଉ ଏକ ନୂଆ ମୁହଁ ହେଉଛନ୍ତି ପଶୁପତି କୁମାର ପରାସ । ଯିଏକି ବିହାର ରାଜନୀତିର ଜଣେ ପ୍ରଖ୍ୟାତ ରାଜନେତା। ତାଙ୍କୁ ମିଳିଛି ଦେଶର ଖାଦ୍ୟ ବିଭାଗର ଦାୟିତ୍ବ । ଅର୍ଥାତ୍ ପଶୁପତି ହେଉଛନ୍ତି ଦେଶର food processing minister ।
ପଶୁପତିଙ୍କ ପରେ ମୋଦିଙ୍କ କ୍ୟାବିନେଟରେ ଆଉ ଏକ ନୂଆ ମୁହଁ ହେଉଛନ୍ତି ଭୁପିନ୍ଦର ଯାଦବ | ଯିଏକି ଜଣେ ରାଜସ୍ଥାନୀ । ତାଙ୍କୁ ମୋଦି ଜି ଦେଇଛନ୍ତି ପରିବେଶ, ଜଙ୍ଗଲ, ଜଳବାୟୁ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ର ଦାୟିତ୍ୱ।
ଆପଣ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଖୁଥିଲେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କେତେଜଣ ନୂଆ ମୁହଁ ସ୍ଥାନ ପାଇଛନ୍ତି ଓ କେତେଜଣ ମନ୍ତ୍ରୀଙ୍କ ସ୍ଥାନ ପରିବର୍ତ୍ତନ ହୋଇଛି। କିନ୍ତୁ ବର୍ତ୍ତମାନ ଦେଖିବା କେଉଁ କେଉଁ ମନ୍ତ୍ରୀ ଙ୍କୁ ମିଳିଛି Promotion ବା ପଦୋନ୍ନତି । ତେବେ ଆମ ପ୍ରଧାନମନ୍ତ୍ରୀ ମୋଦି ଜି 7 ଜଣ ମନ୍ତ୍ରୀଙ୍କୁ ପଦୋନ୍ନତି ଦେଇଛନ୍ତି । ତେବେ ଚାଲନ୍ତୁ ଦେଖିବା କେଉଁ ମନ୍ତ୍ରୀଙ୍କୁ ମିଳିଛି କେଉଁ Promotion ।
ପଦୋନ୍ନତି ପାଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଆମ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି କିରନ୍ ରିଜିଜୁ | ରିଜିଜୁ ଜି ପୂର୍ବରୁ ଦେଶର କ୍ରୀଡା ଏବଂ ଯୁବ କଲ୍ୟାଣ ବିଭାଗର ଦାୟିତ୍ୱରେ ଥିବା ବେଳେ, ବର୍ତ୍ତମାନ ରହିଛନ୍ତି ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ର ଦାୟିତ୍ୱରେ।
ସେହିପରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ହରଦୀପ ସିଂ ପୁରୀ । ସେ ପୂର୍ବରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ର ଦାୟିତ୍ୱରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ପଦୋନ୍ନତି ପାଇ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ସେହିପରି ଆମ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ମାନସୁଖ ମାଣ୍ଡଭିଆ | ସେ ପୂର୍ବରୁ ପରିବହନ, ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ର ଦାୟିତ୍ୱରେ ରହିଥିଲେ। କିନ୍ତୁ ବର୍ତ୍ତମାନ ସେ ପଦୋନ୍ନତି ପାଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ରାସାୟନିକ ଏବଂ ସାର ମନ୍ତ୍ରଣାଳୟ ର ଦାୟିତ୍ୱ ନେବା ଆରମ୍ଭ କରିସାରିଲେଣି ।
ଆମ ତାଲିକାର ଚର୍ତୁଥ ସ୍ଥାନରେ ଅଛନ୍ତି ମହେନ୍ଦ୍ର ନାଥ ପାଣ୍ଡେ। ପାଣ୍ଡେ ଜି ପୂର୍ବରୁ ଦକ୍ଷତା ବିକାଶ ବିଭାଗର ଦାୟିତ୍ୱ ନେଉଥିଲେ , କିନ୍ତୁ ବର୍ତ୍ତମାନ ଭାରୀ ଶିଳ୍ପ ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ସେହିପରି ପୁରୁଷୋତ୍ତମ ରୂପାଲା ପୂର୍ବରୁ କୃଷି ଏବଂ କୃଷକ କଲ୍ୟାଣ ବିଭାଗର ଦାୟିତ୍ୱ ନେଉଥିଲେ, କିନ୍ତୁ ବର୍ତ୍ତମାନ ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଜି କିଶାନ୍ ରେଡ୍ଡୀ ଯିଏକି ପୂର୍ବରୁ ମୋଦିଙ୍କ କ୍ୟାବିନେଟରେ ଗୃହ ବିଭାଗର ମନ୍ତ୍ରୀ ରାଜ୍ୟ ମନ୍ତ୍ରୀ ଭାବରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ପଦୋନ୍ନତି ପାଇ ସଂସ୍କୃତି, ପର୍ଯ୍ୟଟନ, ଉତ୍ତର ପୂର୍ବ ବିକାଶ ମନ୍ତ୍ରଣାଳୟ ର ଦାୟିତ୍ୱ ନେବେ।
ଆମ ତାଲିକାର ଶେଷରେ ଅଛନ୍ତି ଅନୁରାଗ ଠାକୁର। ସେ ପୂର୍ବରୁ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ
ରାଜ୍ୟ ମନ୍ତ୍ରୀ ଭାବେ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ କ୍ରୀଡା, ଯୁବ ବ୍ୟାପାର ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ନୂଆ ମନ୍ତ୍ରୀ ମଣ୍ଡଳ ଦେଶରେ ହିତ ପାଇଁ କେଉଁ ପ୍ରକାର କାର୍ଯ୍ୟ କରୁଛନ୍ତି ତାହା ଆଗାମୀ ସମୟ କହିବ।