ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ବର୍ଷର ଏହି ମାସରେ 14ଦିନ ବନ୍ଦ ରହିବ ବ୍ୟାଙ୍କ, କର୍ମଚାରୀଙ୍କୁ ମିଳିବ ସବୁଠାରୁ ଅଧିକ ଛୁଟି…

Private and public banks across the country will remain shut for 14 days in the month of October

ଅକ୍ଟୋବର ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ : ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ମୁତାବକ ବର୍ଷର ଏହି ମାସରେ ସବୁଠାରୁ ବ୍ୟାଙ୍କ କର୍ମଚାରୀଙ୍କୁ ମିଳବ ଅଧିକ ଦିନ ଛୁଟି, ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୦ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ୍ ଛୁଟିର ତାଲିକା ଜାରି କରିଛନ୍ତି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ, ୪ ତାରିଖ ରବିବାର, ୧୦ ତାରିଖ ଦ୍ୱିତୀୟ ଶନିବାର, ୧୧ ରବିବାର, ୧୭ ତାରିଖ କାଟି ବିହୁ (ଏହା କେବଳ ଆସାମ ଓ ମଣିପୁର ପାଇଁ), ୧୮ ତାରିଖ ରବିବାର ପାଇଁ ସାରା ଦେଶରେ ବ୍ୟାଙ୍କ ସମୁହ ଛୁଟି ରହିବ ।

ଅକ୍ଟୋବର ୨୩ ମହାସପ୍ତମୀ , ସେହିଭଳି ଅକ୍ଟୋବର ୨୪ ଦୁର୍ଗା ମହାଷ୍ଟମୀ ଓ ମାସର ଶେଷ ଶନିବାର ହୋଇଥିବାରୁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ । ଅକ୍ଟୋବର ୨୫ ରବିବାର, ୨୬, ବିଜୟା ଦଶମୀ, ଅକ୍ଟୋବର ୨୭ ଓ ୨୮ ତାରିଖରେ ଦୁର୍ଗାପୂଜା, ଅକ୍ଟୋବର ୨୯ ମହମ୍ମଦ ଜୟନ୍ତୀ କାରଣରୁ ବ୍ୟାଙ୍କ୍ ବନ୍ଦ ରହିବ ।

ସେହିଭଳି ଅକ୍ଟୋବର ୩୦ ରେ ଇଦ୍ ଏ ମିଲାଦ ପାଇଁ ତ୍ରିପୁରା, ଗୁଜୁରାଟ,ମହାରାଷ୍ଟ୍ର,କର୍ଣ୍ଣାଟକ,ମଧ୍ୟପ୍ରଦେଶ, ତାମିଲନାଡୂୁ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଇମ୍ଫାଲ,ଜମ୍ମୁ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ,ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ,ଝାରଖଣ୍ଡ ଓ କାଶ୍ମୀରରେ ବ୍ୟାଙ୍କ୍ ବନ୍ଦ ରହିବ । ସେହିଭଳି ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଇଁ ଗୁଜୁରାଟ, କର୍ଣ୍ଣାଟକ,ଓଡିଶା ଓ ସିମଲାରେ ବ୍ୟାଙ୍କ ବନ୍ଦ ରହିବ । ଏହାକୁ ବାଦ ଦେଲେ ଅନ୍ୟସବୁ ଦିନ ସାମୁହିକ ଭାବେ ବ୍ୟାଙ୍କ ଖୋଲା ରହବ।

Leave a Reply

Your email address will not be published. Required fields are marked *