ବିଜୟଦଶମୀ ଅବସରରେ ରବିବାର ଦିନ ରାବଣ ପୁତଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁଖା ପିନ୍ଧାଇ ଜଳାଯାଇଛି । ଫଳରେ ସେଠାରେ ଭୟଙ୍କର ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ପଞ୍ଜାବରେ ଏହି ଡ୍ରାମା ଘଟିଛି । ନାଡ୍ଡା କହିଛନ୍ତି ଯେ ଏହି ଘଟଣା ଲଜ୍ଜାଜନକ ତ ଅଟେ କିନ୍ତୁ ଅପ୍ରତ୍ୟାଶିତ ନୁହେଁ ।
ଏହି ଆରୋପ ପ୍ରତିଉତ୍ତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ପଞ୍ଜାବ ରାଜ୍ୟ ସାରା ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତଳିକା ଦାହ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ନିହାତି ଦୁଃଖର ବିଷୟ ଯେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ କ୍ରୋଧ ଓ ଆକ୍ରୋଶ ଏତେ ଅଧିକ ଏ ପଞ୍ଜାବରେ ଯେ ସେମାନେ ଏ ସ୍ତରକୁ ଓହ୍ଲାଇଛନ୍ତି । ତେଣୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲୋକଙ୍କ ସହିତ କଥା ହେବା ଉଚିତ ।

ସେ କହିଛନ୍ତି ଯେ ନେହେରୁ-ଗାନ୍ଧୀ ବଂଶରେ କେହି ବି ପ୍ରଧାନମନ୍ତ୍ରୀ ପଦକୁ ସମ୍ମାନ ଦେଇନାହାନ୍ତି । ୨୦୦୪ ରୁ ୨୦୧୪ ମଧ୍ୟରେ ବି ସମାନ ପରିଲକ୍ଷିତ ହୋଇଥିଲା ଯେତେବେଳେ ୟୁପିଏ ଶାସନ ସମୟରେ ପ୍ରଧାନମନ୍ତ୍ରୀ ପଦକୁ ସଂସ୍ଥାଗତ ଭାବରେ ଦୁର୍ବଳ କରାଯାଇଥିଲା ।

ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଗୋଟିଏ ବଂଶର ଘୃଣା ଏକ ଦରିଦ୍ର ପରିବାରରେ ଜନ୍ମ ହୋଇ ବି ପ୍ରଧାନମନ୍ତ୍ରୀ ହେବାର ଐତିହାସିକତା ଏବଂ ସମାନ ଐତିହାସିକ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଭାରତୀୟଙ୍କ ପ୍ରେମ । କଂଗ୍ରେସର ମିଛ ଓ ଘୃଣା ଯେତିକି ବଢିବ ପ୍ରଧାନମନ୍ତ୍ରୀଙ୍କୁ ସେତେ ଅଧିକ ସମର୍ଥନ ମିଳିବ ।
ତେବେ ସୂଚନାଯୋଗ୍ୟ ଯେ ନୂଆ କୃଷି ଆଇନ ବିରୋଧରେ ପଞ୍ଜାବରେ ଦୀର୍ଘ ଦିନ ଧରି ଏକ ବିରୋଧ ଚାଲି ଆସୁଛି ।ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ନୂଆ କୃଷି ଆଇନକୁ ପ୍ରଭାବହୀନ କରିବା ପାଇଁ ରାଜ୍ୟର ବିଧାନସଭାରେ ୪ ଟି ବିଲ୍ ପାସ୍ କରିଛନ୍ତି ।