ପ୍ରଥମ ଥର ପାଇଁ ପାକିସ୍ତାନ ଇତିହାସରେ ପରିବର୍ତ୍ତନ : ବାୟୁସେନାର ପାଇଲଟ ଭାବରେ ମନୋନୀତ ହେଲେ ଏହି ବ୍ୟକ୍ତି

ଇସଲାମାବାଦ : ପାକିସ୍ତାନ ଇତିହାସରେ ଏହା ଥିଲା ପ୍ରଥମ । ଜଣେ ହିନ୍ଦୁ ଯୁବକଙ୍କୁ ପ୍ରଥମ ଥର ପାଇଁ ବାୟୁସେନାରେ ପାଇଲଟ ଭାବେ ମନୋନୀତ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ରାହୁଲ ଦେବ ନାମକ ଏହି ଯୁବକକୁ ପାକିସ୍ତାନୀ ବାୟୁସେନାରେ ଜି.ଡି. (ଜେନେରାଲ ଡ୍ୟୁଟି) ପାଇଲଟ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି ।

ରାହୁଲ ଦେବ ସିଂଧ ପ୍ରାନ୍ତର ସବୁଠୁ ଜିଲ୍ଲା ଥରପାରକର ବାସିନ୍ଦା । ପାକିସ୍ଥାନର ଥରପାରକର ଏମିତି ସ୍ଥାନ ଯେଉଁଠାରେ ବହୁ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟ ବସବାସ କରନ୍ତି । ବିକାଶରୁ ବଞ୍ଚିତ ଏହି ଅଞ୍ଚଳର ରାହୁଲ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ପାକିସ୍ତାନ ବାୟୁସେନା ଯାଏଁ ପହଞ୍ଚିଛନ୍ତି ।

“ଅଲ ପାକିସ୍ତାନ ହିନ୍ଦୁ ପଞ୍ଚାୟତ”ର ସଚିବ ରବି ଦୱାନି ରାହୁଲଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ସଂଖ୍ୟାଲଘୁ ସମାଜର ଅନେକ ସଦସ୍ୟ ସିଭିଲ ସର୍ଭିସ ସହିତ ସେନାର ଅନ୍ୟାନ୍ୟ ଅଂଶରେ ମଧ୍ୟ ସେବା ଦେଉଛନ୍ତି । ବିଶେଷ ଭାବରେ ଦେଶର ଅନେକ ବଡ଼ ଡାକ୍ତର ହିନ୍ଦୁ ସମ୍ପ୍ରଦାୟର ଅଟନ୍ତି । ଯଦି ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟ ପ୍ରତି ଧ୍ୟାନ ଦିଅନ୍ତି, ତେବେ ଆଗାମୀ ସମୟରେ ଦେଶ ସେବା କରିବାକୁ ଅନେକ ରାହୁଲ ଦେବ ପ୍ରସ୍ତୁତ ହେବେ ବୋଲି ଦୱାନି କହିଛନ୍ତି ।

Leave a Reply

Your email address will not be published. Required fields are marked *