ଲଦାଖରେ ଚୀନର ନିର୍ମାଣ କାର୍ଯ୍ୟକୁ ନେଇ BJP ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ..

ସଂସ୍କାର : ଲଦାଖ ସୀମାରେ ଚୀନର ନିର୍ମାଣକୁ ନେଇ ପୁଣିଥରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ଉପରେ ବର୍ଷିଛନ୍ତି । ରାହୁଲ ଟ୍ୱିଟ କରି କହିଛନ୍ତି ଯେ, ଚୀନ ଭବିଷ୍ୟତରେ ଆଉ କିଛି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଥିବାବେଳେ ଏହାକୁ ଭାରତ ସରକାର ଅଣଦେଖା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧିଙ୍କ ପୂର୍ବରୁ ଆମେରିକାର ପୂର୍ବତନ ଜେନେରାଲ ଲଦାଖ ସୀମାରେ ଚାଲୁଥିବା ଚୀନର ନିର୍ମାଣକୁ ନେଇ ଏକ ବଡ଼ ବୟାନ ଦେଇଥିଲେ। ସେ ଚୀନର ନିର୍ମାଣକୁ ଏକ ଷଡଯନ୍ତ୍ର ବୋଲି କହିଥିଲେ । ଭାରତ-ଚୀନ ମଧ୍ୟରେ ସମ୍ପର୍କ ଖରାପ କରିବାର ଏକ ପ୍ରକାର କାର୍ଯ୍ୟ ବୋଲି କହିଥିଲେ ପୂର୍ବତନ ଜେନେରାଲ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପଶ୍ଚିମ ଥିଏଟର କମାନରେ ଯାହାବି କିଛି ଭିତ୍ତିଭୂମି ତିଆରି କରାଯାଉଛି ତାହା ଚିନ୍ତାଜନକ ବିଷୟ । ବାରମ୍ବାର କହିବା ସତ୍ତ୍ୱେ ଚୀନ ଏଭଳି ସଡ଼କ ତିଆରି କରିବା କାର୍ଯ୍ୟ ଭାରତକୁ ବିଚଳିତ କରିବା ସଦୃଶ । ଏଭଳି କାର୍ଯ୍ୟରେ ଚୀନକୁ କୋ÷ଣସି ସହାୟତା ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *