ରେଳ ବିଭାଗ କେନ୍ଦ୍ର ସରକାରଙ୍କୁ ଏକ ଅଦ୍ଭୁତ ପ୍ରସ୍ତାବ ପଠାଇଛି । ପ୍ରସ୍ତାବରେ ଲେଖାଅଛି ଯେ ଇଣ୍ଡିଆନ ରେଲୱେ ଆକ୍ଟ ୧୯୮୯ର ଦୁଇଟି ଆଇନ ପରିବର୍ତ୍ତନ କରାଯାଉ । ସୂଚନା ଅନୁଯାୟୀ IRA ସେକ୍ସନ ୧୪୪(୨) ରେ ସଂଶୋଧନ କରିବାକୁ ଦାବି କରିଛି ରେଳ ବିଭାଗ । ଟ୍ରେନ ହେଉ କିମ୍ବା ରେଲୱେ ଷ୍ଟେସନରେ ଯଦି କେହି ଧୂମପାନ କଲେ ସେମାନଙ୍କୁ ଜେଲ ନପଠାଇ ବରଂ ତାଙ୍କ ଠାରୁ ଜରିମାନା ଆଦାୟ କରାଯାଉ ।
ଏହାସହିତ ଇଣ୍ଡିଆନ ରେଲୱେ ଆକ୍ଟ ସେକ୍ସନ ୧୬୭ କୁ ମଧ୍ୟ ସଂଶୋଧନ କରିବାକୁ ପ୍ରସ୍ତାବ ଦିଆଯାଇଛି ରେଳ ବିଭାଗ ତରଫରୁ । କେନ୍ଦ୍ର ସରକାର ଯଦି ଏ ପ୍ରସ୍ତାବକୁ ସ୍ଵୀକାର କରନ୍ତି ତେବେ ଟ୍ରେନ, ପ୍ଲାଟଫର୍ମ କିମ୍ବା ଷ୍ଟେସନ ପରିସରରେ ଯେଉଁଠି ବି ଧୂମପାନ କଲେ ଜେଲ ଦଣ୍ଡ ଦିଆଯିବ ନାହିଁ ବରଂ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ ।

ଯଦି ଆଇନ ପରିବର୍ତ୍ତନ ହୁଏ ତେବେ ଆଦୌ ଉପଯୋଗୀ ହେବନି ବୋଲି କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ତେଣୁ ଭିନ୍ନ ଭିନ୍ନ ମନ୍ତ୍ରାଳୟ ଓ ବିଭାଗରୁ ଏହିଭଳି ବେଆଇନ ନିୟମର ତାଲିକା ମଗାଯାଇଛି । ଭାରତୀୟ ରେଲୱେର ୧୬୭ ବର୍ଷ ଇତିହାସରେ ପ୍ରଥମ ଥର ରେଲୱେ ଟିକେଟ ବୁକିଂରୁ ହୋଇଥିବା ଆୟଠାରୁ ଅଧିକ ଯାତ୍ରୀଙ୍କୁ ଫେରସ୍ତ କରିଛି ।
ଅନ୍ୟପକ୍ଷରେ କରୋନା ସଙ୍କଟ ଯୋଗୁଁ ଚଳିତ ଆର୍ଥିକ ବର୍ଷ ଅନେକାଂଶରେ ପ୍ରଭାବିତ ହୋଇଥିବା ବେଳେ ଚଳିତ ବର୍ଷର ପ୍ରଥମ ୩ ମାସରେ ରେଲୱେ ଯାତ୍ରୀ ଶ୍ରେଣୀ ଆୟରେ ୧୦୬୬ କୋଟି ଟଙ୍କା କ୍ଷତି ହୋଇଛି । ପୁଣି ସୂଚନା ଅନୁସାରେ ରେଲୱେ ଯାତ୍ରୀଙ୍କୁ ଟିକେଟ ଭଡ଼ା ଫେରସ୍ତ କରିବାରେ ଅପ୍ରେଲ ମାସରେ ୫୩୧.୧୨ କୋଟି ଟଙ୍କା, ମଇ ମାସରେ ୧୪୫.୨୪ କୋଟି ଟଙ୍କା ଓ ଜୁନ ମାସରେ ୩୯୦.୬ କୋଟି ଟଙ୍କା କ୍ଷତି ହୋଇଛି ।