Sachin Pilot ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟେଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଲେ ଏଭଳି ବୟାନ

Sachin Pilot

ରାଜସ୍ଥାନରେ ଥିବା କଂଗ୍ରେସ ସରକାର ଅଧୀନରେ ପାର୍ଟି ର ଯୁବ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ପଦରୁ ହଟାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ,ଏହା ପରେ ସେ ପ୍ରଥମ ଥର ଗଣମାଧ୍ୟମ ସାମ୍ନାକୁ ଆସି ‘ଆ ବେଲ ମୁଝେ ମାର’ ଭଳି ଏକ ମନ୍ତବ୍ୟ ଦେଇଛନ୍ତି।

ଏହି ସମୟରେ ଅଶୋକ ଗେହଲଟ ଭାରତୀୟ ଜନତା ପାର୍ଟି ରାଜସ୍ଥାନରେ ରାଜ୍ୟ ସରକାରଙ୍କୁ କ୍ରମାଗତ ଭାବେ ଷଡଯନ୍ତ୍ର ଚଳାଉଥିବା ଅଭିଯୋଗ କରିଛନ୍ତି। ଯାହାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସେ କହିଛନ୍ତି ଏହା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ମଙ୍ଗଳବାର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି।

ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଯିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାଜସ୍ଥାନରେ କଂଗ୍ରେସ ସରକାର ଙ୍କୁ ଦୁର୍ବଳ କରିବାକୁ ହୀନ ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି ଏବଂ ସେ କହିଛନ୍ତି ଯେ ପାର୍ଟି ପକ୍ଷରୁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିବା ବେଳେ ଆଜିର ବୈଠକ ତାଙ୍କ ପାଇଁ ହିଁ ରଖାଯାଇଥିଲା, ହେଲେ ସଚିନ ପାର୍ଟିରେ ଯୋଗ ଦେଇନଥିଲେ।

Leave a Reply

Your email address will not be published. Required fields are marked *