ହାତକୁ ବାନ୍ଧି ମୁହଁରେ ଅକ୍ସିଜେନ୍ ମାସ୍କ, ICU ରେ ଭର୍ତ୍ତି ମହିଳା ସ୍ଵାମୀ ଙ୍କୁ ଜଣାଇଲେ ସାରା ରାତିର ଘଟଣା….

ରାଜସ୍ଥାନର ଜୟପୁର ସ୍ଥିତ ସେଲବି ହସ୍ପିଟାଲରୁ ସାମ୍ନାକୁ ଆସିଛି ଏକ ସମ୍ବେଦନଶୀଳ ମାମଲା ଯେଉଁଥିରେ ICU ରେ ଭର୍ତ୍ତି ଜଣେ ମହିଳାଙ୍କ ସହିତ ହୋଇଛି ନିନ୍ଦନୀୟ କାର୍ଯ୍ୟ । ଘଟଣାଟି ଘଟିଥିଲା ମାର୍ଚ୍ଚ ୧୫ ତାରଖ ଦିନ । ହଠାତ୍ ଦେହ ଖରାପ ହେଲାରୁ ଜଣେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଇଦିନ ସନ୍ଧ୍ୟାରେ ତାଙ୍କର ଏକ ଅପରେସନ୍ କରାଯାଇଥିଲା ଏବଂ ICU ରେ ଭେଣ୍ଟିଲେଟରରେ ରଖାଯାଇଥିଲା । ରାତି ରହଣୀର ସୁବିଧା ନଥିବାରୁ ସ୍ଵାମୀ ଘରକୁ ପଳାଇଥିଲେ ଏବଂ ପରଦିନ ସକାଳେ ଫେରିଥିଲେ । ହେଲେ ପତ୍ନୀଙ୍କୁ ଭେଟିବା ପରେ ଯାହା ଜାଣିଲେ ତାହା ଚମକାଇ ଦେଲା ।

ତେବେ ହସ୍ପିଟାଲରେ ICU ରେ ଭର୍ତ୍ତି ମହିଳାଙ୍କ ସହିତ ଯୌନ ଶୋଷଣ ହୋଇଛି ବୋଲି ଜଣାପଡ଼ିଛି । ପୀଡ଼ିତ ମହିଳା ତାଙ୍କ ସ୍ୱାମୀଙ୍କୁ ଲେଖି କହିଥିଲେ ଯେ ରାତିରେ ମେଲ ନର୍ସିଂ ୱାର୍ଡ ବଏ ତାଙ୍କୁ ବାରମ୍ବାର ପିଂଚ୍ କରି ଦେଖୁଥିଲେ ସେ ସଚେତନ ଅଛନ୍ତି କି ନା । ମହିଳାଙ୍କ ପାଟିରେ ଅକ୍ସିଜେନ ମାସ୍କ ଥିଲା ଏବଂ ତାଙ୍କ ହାତ ମଧ୍ୟ ବନ୍ଧା ହୋଇଥିଲା । ସେ ଶାରୀରିକ ସ୍ତରରେ ସକ୍ଷମ ନଥିଲେ ଅଭିଯୁକ୍ତକୁ ପ୍ରତିରୋଧ କରିବା ପାଇଁ । ଏହାର ସୁଯୋଗ ନେଇ ତାଙ୍କ ସହିତ ଅନେକ ଥର ଅଶ୍ଳୀଳ କାର୍ଯ୍ୟ କରାଯାଇଛି ।

ସ୍ୱାମୀ ସକାଳେ ପତ୍ନୀଠାରୁ ଏନେଇ ଜାଣିଲା ପରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ମହିଳା ଏହା ମଧ୍ୟ କହିଛନ୍ତି ଯେ କୌଣସି ମହିଳା ନର୍ସ ତାଙ୍କ ଯତ୍ନ ନେଉ ନଥିଲେ । ସକାଳେ ଯେତେବେଳେ ଜଣେ ମହିଳା ନର୍ସ ତାଙ୍କ ପୋଷାକ ବଦଳାଇବାକୁ ଆସିଥିଲେ, ପୀଡ଼ିତା ରାତି ଘଟଣା ତାଙ୍କୁ କହିବାକୁ ଚେଷ୍ଟା କରିଥିଲେ । ମାତ୍ର ସେଠାରେ ଉକ୍ତ ଅଭିଯୁକ୍ତ ମେଲ ନର୍ସିଂ ୱାର୍ଡ ବଏ ବି ଠିଆ ହୋଇଥିଲା । ପରେ ସ୍ୱାମୀଙ୍କୁ ଲେଖି ପୁରା କାହାଣୀ କହିଥିଲେ ।

ଏମିତିକି ପୀଡ଼ିତା ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ଯେତେବେଳେ ସେ ଡାକ୍ତରଖାନା କର୍ମଚାରୀଙ୍କ ସହ ଏ ବିଷୟରେ କଥାବାର୍ତ୍ତା ହେଲେ ଦୁଇ ତିନି ଜଣ ୱାର୍ଡ ବଏ ପହଞ୍ଚିଥିଲେ ଏବଂ ଚୁପ୍ ରହିବାକୁ ଧମକ ଦେଇଥିଲେ । ସେପଟେ ସିସିଟିଭି ଫୁଟେଜ ଏବଂ ଡାକ୍ତରଖାନାର ଡ୍ୟୁଟି ଚାର୍ଟ ଅନୁଯାୟୀ ଅଭିଯୁକ୍ତକୁ ଚିହ୍ନଟ କରି ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଏହାସହିତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ ମଧ୍ୟ କରାଯାଇଥିଲା ।

Leave a Reply

Your email address will not be published. Required fields are marked *