ରାଜସ୍ଥାନର ବାରମେର୍ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ, କରୋନାରେ ପିତାଙ୍କ ମୃତ୍ୟୁରେ ଦୁଃଖିତ ହୋଇ ବାପା ର ଅନ୍ତିମ ସଂସ୍କାର ସମୟରେ ଲାଗିଥିବା ଚିତା ଉପର କୁ ଡେଇଁ ପଡିଲା ଝିଅ, ଝିଅ ଜଳୁଥିବା ଜୁଇ ଭିତରକୁ ଡେଇଁ ପଡିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଥିଲା ଏବଂ ପରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଖରାପ ଜ୍ୱଳନ୍ତ ଝିଅକୁ ସରକାରୀ ଡାକ୍ତରଖାନାକୁ ନେଇ ଯାଇଥିଲା ଯେଉଁଠାରୁ ତାଙ୍କୁ ପୁଣି ଯୋଧପୁରକୁ ପଠାଯାଇଥିଲା।
ସୂଚନାନୁସାରେ, ମଙ୍ଗଳବାର ସକାଳେ 73 ବର୍ଷୀୟ ଦାମୋଦରଦାସ ଶାରଦା ଙ୍କ କରୋନା କାରଣରୁ ମୃତ୍ୟୁ ବରଣ କରିଥିଲେ। ତାଙ୍କୁ ରବିବାର ବାରମେର୍ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରୋଗୀର ମୃତ୍ୟୁ ପରେ ହସ୍ପିଟାଲ ପ୍ରଶାସନ କୋଭିଡ -19 ପ୍ରୋଟୋକଲ ଅନୁସରଣ କରି ଶେଷ ରୀତିନୀତି ପାଇଁ ମୃତଦେହକୁ ସମ୍ପର୍କୀୟଙ୍କୁ ଦେଇଥିଲା।
ବାରମେର୍ ନଗର ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ପ୍ରେମ ପ୍ରକାଶ କହିଛନ୍ତି ଯେ ମୃତ ଦାମୋଦରଦାସଙ୍କର 4 ଝିଅ ଅଛନ୍ତି। ତାଙ୍କ ବଡ ଝିଅ ବାହା ହୋଇ ଶାଶୁ ଘରେ ରହୁଥିବା ବେଳେ ତାଙ୍କ ପାଖରେ 3ଟି ଝିଅ ଅଛନ୍ତି, ଏବଂ ଗୋଟେ ପୁଅ ଅଛି ଯିଏ କି 20 ବର୍ଷ ହେବ ବାହାରେ ରୁହନ୍ତି । ସୂଚନା ମୁତାବକ ଦାମୋଦରଦାସଙ୍କ ଏକ ରୋଗ କାରଣରୁ ତାଙ୍କର ଗୋଟେ ହାତକୁ କାଟିବାକୁ ପଡିଥିଲା, ସେବେଠାରୁ ତାଙ୍କ ଝିଅ ମାନେ ହିଁ ତାଙ୍କର ଦେଖା ଦେଖି କରୁଥିଲେ, ତାଙ୍କ ସାନ ଝିଅ ଅଧିକା ଯତ୍ନ ନେଉଥିଲେ ଏମିତି କି ବାପା ଯଦି ବାହାରକୁ ଯାଆନ୍ତି ତେବେ ତାଙ୍କ ସହ ସାନ ଝିଅ ଚନ୍ଦ୍ରକଳା ମଧ୍ୟ ସାଙ୍ଗରେ ଯାଇଥାନ୍ତି। ବାପାଙ୍କ ପ୍ରତି ଏଭଳି ଭା ପାଇବା ଦେଖି ଲୋକେ କହୁଥାନ୍ତି ଝିଅ ହେବ ତ ଚନ୍ଦ୍ରକଳା ଭଳି।
କିନ୍ତୁ ଯେତେବେଳେ ଦାମୋଦରଦାସଙ୍କ କରୋନା କାରଣରୁ ମୃତ୍ୟୁ ହୋଇଥିଲା ତାଙ୍କ ସାନ ଝିଅ ଅନ୍ତିମ ସଂସ୍କାର ସମୟରେ ଶବଦାହ ଭିତରକୁ ଯିବାକୁ ଜିଦ୍ ଧରିଥିଲେ, କାରଣ ତାଙ୍କ ପରିବାରରେ କୌଣସି ପୁରୁଷ ସଦସ୍ୟ ନଥିଲେ। ଏବଂ ସେ ବାପା ଙ୍କ ଚିତା ର ଶେଷ କାଠ ଦେବାକୁ ଯାଇ ଚିତା ଉପର କୁ ଡେଇଁ ପଡ଼ିଥିଲେ, ପୋଲିସ କହିଛି ଯେ ଅନ୍ତିମ ସଂସ୍କାର ସମୟରେ ଚନ୍ଦ୍ରକଳା (34) ହଠାତ୍ ପିତାଙ୍କ ଜ୍ୱଳନ୍ତ ଦେଖି ସହି ପାରି ନଥିଏ ଏବଂ ସେ ମଧ୍ୟେ ସେହି ଜଳନ୍ତା ଜୁଇ ଉପରକୁ ଡେଇଁ ପଡିଥିଲେ।
ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କୌଣସି ପ୍ରକାରେ ତାଙ୍କୁ ବାହାର କରି ପୋଲିସ ଏବଂ ଆମ୍ବୁଲାନ୍ସକୁ ଜଣାଇଥିଲେ। ଏହା ପରେ ତାଙ୍କୁ ବାରମେର୍ ସରକାରୀ ଡାକ୍ତରଖାନା ନିଆଯାଇଥିଲା। ପୋଲିସ କହିଛି ଯେ ଚନ୍ଦ୍ରକଳା 70 ପ୍ରତିଶତ ଜଳିଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ପୁଣି ଯୋଧପୁର ହସ୍ପିଟାଲକୁ ରେଫର୍ କରାଯାଇଛି।