ସଂସ୍କାର :- କର୍ଣ୍ଣାଟକରେ ଗତ ଦୁଇ ଦିନ ତଳେ ଘଟିଛି ଏକ ଅଘଟଣ। ଏଠାରେ କେତେକ ମାଙ୍କଡ଼କୁ ବିଷ ଦେଇ ମାରିଦିଆଯାଇଛି। ଖବର ସୂତ୍ରରୁ ଜଣାପଡିଛି ଯେ, ପାଖାପାଖି ୬୦ ଟି ମାଙ୍କଡ଼କୁ ବିଷ ଦେଇ ମାରିଦିଆଯାଇଛି। ତେବେ ଏହି ଛାତି ଥରା ଘଟଣା ପରେ ଦେଶର ଜନସାଧାରଣ ମାନେ ସ୍ଥାନୀୟ ଲୋକଙ୍କୁ ନିନ୍ଦା କରିଛନ୍ତି। ଯେଉଁ ଲୋକମାନେ ଏହି ଦୁର୍ଦାନ୍ତ କାର୍ଯ୍ୟ କରିଛନ୍ତି ତାଙ୍କୁ ପୋଲିସରେ ଦେବାକୁ ଦାବି ଜୋର ଧରିଛି।
ଅନେକ ପଶୁପ୍ରେମୀ ମଧ୍ୟ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ତେବେ ଏହି ଧାରାରେ ବଲିଉଡ ଅଭିନେତା ରଣଦୀପ ହୁଡ୍ଡା ମଧ୍ୟ ମାଙ୍କଡ଼ ମାନଙ୍କର ହତ୍ୟା ଘଟଣାରେ ଉଦ୍ବେଗ ପ୍ରକାଶ କରିଛନ୍ତି। ରଣଦୀପ ହୁଡ୍ଡା ଏକ ଟ୍ୱିଟ କରି କହିଛନ୍ତି ଯେ, ୬୦ ଟି ମାଙ୍କଡଙ୍କୁ ବିଷ ଦେଇ ରାସ୍ତାରେ ଫୋପାଡ଼ି ଦିଆଗଲା। ସେମାନଙ୍କୁ ହତ୍ୟା କରାଗଲା , ଏହା ପ୍ରକୃତରେ ଏକ ଘୃଣ୍ୟ କାର୍ଯ୍ୟ।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-
ରଣଦୀପ ଏହି ଟ୍ୱିଟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭା ରାଜ ବୋମ୍ବେଇଙ୍କୁ ଟ୍ୟାଗ୍ କରିଛନ୍ତି ଏବଂ ଅତିଶୀଘ୍ର ସେହି ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପିଲ କରିଛନ୍ତି। ଏହି ଟ୍ୱିଟରେ ସେ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଯେଉଁମାନେ ଏହି ଘୃଣ୍ୟ କାର୍ଯ୍ୟ ଘଟାଇଛନ୍ତି ସେମାନଙ୍କ ବିରୋଧରେ ଅତିଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ରଣଦୀପ କହିଛନ୍ତି।