କଥା ଦେଇ କଥା ରଖିଲେ ରାନୀ । ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ନିଜେ ରାନୀ । ବାଲେଶ୍ୱର ସଦର ଉପ-ନିର୍ବାଚନର ପ୍ରଚାର ପାଇଁ ବିଦାଦୀୟ ରାନୀ ଏବେ ଅଣ୍ଟା ଭିଡ଼ିଛନ୍ତି । ଏହି ଉପ-ନିର୍ବାଚନରେ ବିଜେପି, ବିଜେଡି ଓ କଂଗ୍ରେସ ଭିତରେ ଚାଲିଥିବା ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲାବେଳେ ୯୦ ବର୍ଷୀୟ ବେଣୁ ମଉସା ସାଜିଛନ୍ତି ଜଣେ ସ୍ୱାଧୀନ ପ୍ରାର୍ଥୀ ।
ଗଣମାଧ୍ୟମ ସାମ୍ନାରେ ବାରମ୍ବାର ବେଣୁ ମଉସା କହୁଛନ୍ତି ଯେ ମୋର ପଇସା ବଳ ନାହିଁ କିନ୍ତୁ ଲୋକ ବଳ ଅଛି, ଲୋକଙ୍କ ଭଲପାଇବା ଅଛି । ତେବେ ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କୁ ଏକ ସାଇକେଲ ଦେବେ ଓ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ସେ ନିଜର ପ୍ରତିଶ୍ରୁତି ରକ୍ଷା କରି ଗୁଡ଼ିପଦା ଓ ଶୋଭାରାମପୁର ଅଞ୍ଚଳକୁ ଯାଇଛନ୍ତି ନିର୍ବାଚନ ପ୍ରଚାର ପାଇଁ ।

ସୂଚନା ଅନୁଯାୟୀ ରାନୀ ନିଜେ ସାଇକେଲ ଧରି ପଛରେ ବେଣୁ ମଉସାଙ୍କୁ ବସାଇ ବୁଲି ବୁଲି ଭୋଟ ମାଗିଛନ୍ତି । କେବଳ ସେତିକି ନୁହେଁ ସ୍ଥାନୀୟ ମତଦାତାମାନଙ୍କୁ ହାତ ଯୋଡ଼ି ରାନୀ ବେଣୁ ମଉସାଙ୍କ ପାଇଁ ଭୋଟ ମାଗିବା ସହିତ କେଟିଲ ଚିହ୍ନରେ ମୋହର ମାରି ସ୍ଵାଧୀନ ପାର୍ଥୀ ବେଣୁଧର ବାରିକଙ୍କୁ ଜିତାନ୍ତୁ ବୋଲି ନିବେଦନ ମଧ୍ୟ କରିଛନ୍ତି ।