ଏହି ବିଜେପି ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ : ମହିଳାଙ୍କ ସହିତ ବାରମ୍ବାର ଦୁଷ୍କର୍ମ ପରେ ସେ ଏକ ଶିଶୁକନ୍ୟାର ପିତା

ବିଜେପି ବିଧାୟକ ମହେଶ ନେଗିଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଡେରାଡୁନ ନେହେରୁ କଲୋନୀ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ ହେଇଛି । ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ କରାଯାଇଛି । ୨୦୧୬ ମସିହାରୁ ନୈନିତାଲ, ଦିଲ୍ଲୀ, ମସୁରୀ ଏବଂ ଡେରାଡୁନ ଭଳି ନାନା ସ୍ଥାନରେ ଉତ୍ତରାଖଣ୍ଡର ବିଧାୟକ ତାଙ୍କୁ ବଳାତ୍କାର କରିଛନ୍ତି । ଅଭିଯୋଗ ସେତିକିରେ ସରିନି । ମହିଳାଙ୍କ ଦାବି ଯେ ବିଧାୟକଙ୍କର ଏକ ଶିଶୁକନ୍ୟା ମଧ୍ୟ ରହିଛି ।

ଅଭିଯୋଗକାରୀ ମହିଳା ଜଣକ ବିଧାୟକଙ୍କ DNA ପରୀକ୍ଷା କରାଯାଉ ବୋଲି ମଧ୍ୟ କହିଛନ୍ତି । ସତ ମିଛ ଆପେ ପ୍ରମାଣିତ ହୋଇଯିବ । ନିଜ ମାଆଙ୍କ ଅସୁସ୍ଥତାର ଚିକିତ୍ସା ସମ୍ବନ୍ଧରେ ସେ ବିଧାୟକଙ୍କୁ ଭେଟିବାକୁ ଯାଇଥିଲେ ଓ ତାଙ୍କ ସହିତ ଦୁଷ୍କର୍ମ ହୋଇଥିଲା ।

ଉତ୍ତରପ୍ରଦେଶ ବିଜେପି ସଭାପତି ବଂଶୀଧର ଭାଗବତ କିନ୍ତୁ ଏହି ପ୍ରସଙ୍ଗରେ କହିଛନ୍ତି ଯେ ପ୍ରଥମେ ବିଧାୟକଙ୍କ ପତ୍ନୀ ଅଭିଯୋଗ କରିଥିଲେ । ତାଙ୍କ ସ୍ୱାମୀଙ୍କଠାରୁ ୫ କୋଟି ଟଙ୍କା ମଗା ଯାଉଛି । ତେବେ ପୋଲିସ ଏ ମାମଲାର ସମ୍ପୂର୍ଣ୍ଣ ତଦନ୍ତ କରୁଛି ଏବଂ ଯଦି ବିଧାୟକ ନେଗି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟପକ୍ଷରେ ଡେରାଡୁନ SSP ଅରୁଣ ମୋହନ ଯୋଶୀ କହିଛନ୍ତି ଯେ ମହିଳା ଜଣକ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇସାରିଛି ଓ ତଦନ୍ତ ଚାଲିଛି । ଯଦି ଅଭିଯୋଗ ପ୍ରମାଣିତ ହୁଏ ତେବେ ନିହାତି ଭାବରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ବିଧାୟକଙ୍କ ପତ୍ନୀ ରୀତା ନେଗି ଅଭିଯୋଗକାରୀ ମହିଳା ଜଣକ ଅଭିଯୋଗ କରିବା ପୂର୍ବରୁ ଏକ ମାମଲା ଦାୟର କରିଥିଲେ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ୫ କୋଟି ଟଙ୍କା ମାଗି ବ୍ଲାକମେଲ କରିବା ସହିତ ବଦନାମ କରିବାକୁ ଚାହୁଁଛନ୍ତି । ରାଜ୍ୟ ପୋଲିସ, ଆଇନ ମହାନିର୍ଦ୍ଦେଶକ ଅଶୋକ କୁମାର କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ ହୋଇସାରିଛି ।

ଏପଟେ ରାଜ୍ୟ କଂଗ୍ରେସ ସଭାପତି ପ୍ରୀତମ ସିଂ ମଧ୍ୟ ଅଭିଯୁକ୍ତ ମହିଳାଙ୍କୁ ସମର୍ଥ କରି କନ୍ୟାଶିଶୁର DNA ପରୀକ୍ଷା କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏହା ଏକ ଗମ୍ଭୀର ମାମଲା । ଜଣେ ମହିଳା ଜଣେ ବିଧାୟକଙ୍କ ବିରୋଧରେ ଶାରୀରିକ ନିର୍ଯାତନା ଅଭିଯୋଗ କରିଛନ୍ତି ଓ ତାଙ୍କର ଶିଶୁ ମଧ୍ୟ ଅଛି । ଶିଶୁର DNA ପରୀକ୍ଷା କରାଗଲେ ସତ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *