କଳିଯୁଗର ଆରମ୍ଭ କେଉଁ ଋଷି ଙ୍କ ଅଭିଶାପ ଯୋଗୁ ହୋଇଥିଲା?

ଯେଉଁ ଅଭିଶାପ ବିଷୟରେ ଆମେ କହୁଛୁ, ସେହି ଅଭିଶାପ ସୃଙ୍ଗ ଋଷି ଦେଇଥିଲେ। ହେଲେ ଏପରି ଅଭିଶାପ ମହର୍ଷି କାହିଁକି ଦେଇଥିଲେ। ଆସନ୍ତୁ ଜାଣିବା ପୁରା ରହସ୍ୟ…

ଏହି ଅଭିଶାପ ସୃଙ୍ଗ ଋଷି ରାଜା ପରୀକ୍ଷିତ ଙ୍କୁ ଦେଇଥିଲେ। ରାଜା ପରୀକ୍ଷିତ ଅର୍ଜୁନଙ୍କ ପୌତ୍ର ଏବଂ ଅଭିମନ୍ୟୁଙ୍କ ପୁତ୍ର ଥିଲେ। ତାଙ୍କ ରାଜତ୍ବରେ ପ୍ରଜାମାନେ ସୁଖୀ ଏବଂ ସମ୍ପନ୍ନ ଥିଲେ। ସେ ଜଣେ ନ୍ୟାୟ ପ୍ରିୟ ରାଜା ଥିଲେ।

ଏକଦା ରାଜା ପରୀକ୍ଷିତ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ସେଠାରେ ସେ ସମିକ ୠଷିଙ୍କୁ ଧ୍ୟାନ କରୁଥିବାର ଦେଖିଲେ। ରାଜା ପରୀକ୍ଷିତ ୠଷିଙ୍କୁ କିଛି ପଚାରିଲେ ପରନ୍ତୁ ଧ୍ୟାନ ରେ ଲିନ ଥିବାରୁ ଋଷି ରାଜାଙ୍କ କଥାର କୌଣସି ଉତ୍ତର ଦେଇ ନଥିଲେ ଏବଂ ରାଜା ପରୀକ୍ଷିତ ଙ୍କୁ କ୍ରୋଧ ଆସିଯାଇଥିଲା।

କ୍ରୋଧରେ ରାଜା ଏକ ମୃତ ସର୍ପ ଆଣି ୠଷିଙ୍କ ବେକରେ ଗୁଡ଼ାଇ ଦେଇଥିଲେ। ଏହି ବିଷୟରେ ଯେବେ ସମିକ ୠଷିଙ୍କ ପୁତ୍ର ସୃଙ୍ଗ ଋଷି ଜାଣିଲେ, ସେ ରାଜାଙ୍କୁ ଅଭିଶାପ ଦେଇଥିଲେ। ସେ ଅଭିଶାପ ଦେଇଥିଲେ କି ଆସନ୍ତା ୭ ଦିନରେ ନଗରାଜ ତକ୍ଷକ ତାଙ୍କୁ ଧର୍ଷଣ କରିବ ଏବଂ ତାଙ୍କ ମୃତ୍ୟୁ ହେବ।

ସୃଙ୍ଗ ଋଷି ଙ୍କ ଅଭିଶାପ ଫଳିଭୁତ ହେଲା ଏବଂ ପରୀକ୍ଷିତ ରାଜାଙ୍କ ତକ୍ଷକ ନାଗର ଧର୍ଷଣ ରେ ମୃତ୍ୟୁ ହେଲା। ଏହିପରି ଭାବେ କଳିଯୁଗର ଆରମ୍ଭ ହେଲା।