ସଂସ୍କାର: ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୧୦ ଦିନ ହେବ ଯୁଦ୍ଧ ଚାଲିଛି। ଋଷର ଆକ୍ରମଣ ୟୁକ୍ରେନ ଉପରେ ଭାରି ପଡୁଛି। ଏହା ମଧ୍ୟରେ ଯେଉଁ ସବୁ ପଶ୍ଚିମ ଦେଶ ଗୁଡିକ ୟୁକ୍ରେନକୁ ସପୋର୍ଟ କରୁଥିଲେ ସେମାନେ ବର୍ତ୍ତମାନ ଋଷକୁ ବିରୋଧ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଋଷ ଉପରେ ବିଭିନ୍ନ ପ୍ରକାରର କଟକଣା ଲଗାଇଛନ୍ତି। କିନ୍ତୁ ସେ ବି କହିଛନ୍ତି କି ସେ ୟୁକ୍ରେନକୁ ନିଜ ସେନା ପଠାଇବେ ନାହିଁ।
୩୦ ଦେଶ ମିଳିତ ନାଟୋ ବି ଋଷକୁ ସିଧା ସଳଖ ଆକ୍ରମଣ କରିବ ବୋଲି ଧମକ ଦେଉ ନାହିଁ । ଋଷର ରାଷ୍ଟ୍ରପତି ବ୍ଳାଦିମିର ପୁଟିନ ଚେତାବନୀ ଦେଇଛନ୍ତି କି ଯଦି କୌଣସି ଦେଶ ୟୁକ୍ରେନ ଓ ଋଷ ଯୁଦ୍ଧ ମଧ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିବ ଏବଂ ଆମ ଦେଶ ପାଇଁ ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ ତେବେ ଋଷ ଏହା ବିରୁଦ୍ଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ସବୁ ଦେଶ ଏହିଭଳି କିଛି ପରିଣାମ ଦେଖିବେ ଯାହାକୁ ସେମାନେ ପୂର୍ବରୁ ଦେଖି ନ ଥିବେ । କହିଦେଉଛୁ କି ଋଷ ପାଖରେ ଏହିଭଳି ସବୁ ଭୟଙ୍କର ଅସ୍ତ୍ର ଅଛି ଯାହାକୁ ନାଟୋ ଓ ଆମେରିକା ଭଳି ଦେଶ ବି ଭୟ କରୁଛି । ତେବେ ଚାଲନ୍ତୁ ଜାଣିବା ଋଷ ପାଖରେ ଥିବା ୫ଟି ଭୟଙ୍କର ଅସ୍ତ୍ର ବିଷୟରେ।
ଋଷ ପାଖରେ ଦୁନିଆର ସବୁଠୁ ବଡ ପରମାଣୁ ବୋମା ଅଛି । ୧୯୬୧ରେ ସୋଭିଏତ ୟୁନିୟନ ସୁପର ବିନାଶକାରୀ ହାଇଡ୍ରୋଜେନ ବୋମା ପରୀକ୍ଷା କରିଥିଲା । ଯାହାକି ଜାପାନର ହିରୋସିମା ଉପରେ ଆମେରିକା ଯେଉଁ ପରମାଣୁ ବୋମା ପକାଇ ଥିଲା ତାହା ଠାରୁ ଏହି ହାଇଡ୍ରୋଜେନ ବୋମା। ତାହା ଠାରୁ ୩୩୩୩ ଗୁଣା ଅଧିକ ଶକ୍ତିଶାଳୀ ଏହି ବୋମା।
ଋଷ ପାଖରେ ଦୁନିଆର ସବୁଠୁ ଭୟଙ୍କର ଅସ୍ତ୍ର ଶସ୍ତ୍ର ଅଛି।ପ୍ରଥମେ ହେଉଛି ଜାର ବୋମା, ଯାହାକି ଦୁନିଆର ସବୁଠୁ ବଡ ପରମାଣୁ ବୋମା। ଏହି ବୋମା ବିସ୍ଫୋରଣ ହେବା ମାତ୍ରେ ହିଁ ଲକ୍ଷ ଲକ୍ଷ ଲୋକମାନେ ଆଖି ପିଛୁଳାକେ ମରିଯିବେ। ଏହା ସହିତ ଆଖପାଖର ଲୋକମାନେ ଚର୍ମ ଓ ଶ୍ଵାସ ରୋଗର ଶିକାର ମଧ୍ୟ ହେବେ।
ଦ୍ଵିତୀୟ ଟି ହେଉଛି ଋଷର କିଞ୍ଜଲ ହାଇପରସୋନିକ କ୍ଷେପଣାସ୍ତ୍ର । ଏହି ହାଇପରସୋନିକ ଆଣବିକ କ୍ଷେପଣାସ୍ତ୍ର ଋଷର ମିଗ ୩୧ ଯୁଦ୍ଧ ବିମାନରେ ଲାଗିଛି । ଯାହାକି ଅତି ବିପଦଜନକ ଅଟେ।
ତୃତୀୟ ଟି ହେଉଛି ଋଷ ପାଖରେ 2S7 Pion ତୋପ ଅଛି । ଏହା ଅଳ୍ପ ଦୂରତାରେ ପରମାଣୁ ଆକ୍ରମଣ କରି ପାରିବ। ଚତୁର୍ଥ ହେଉଛି ଋଷ ପାଖରେ ବେଲଗୋରୋଡ ପରମାଣୁ ସବମରିନ ଅଛି । ଯାହାକୁ ବିଶ୍ଵର ସବୁଠୁ ବଡ ସବମରିନ ବୋଲି ବି କୁହାଯାଏ । ପୋସାଇଡନ ଟାରପିଡୋରେ ସଜ୍ଜିତ ଏହି ସବମରିନ ରେଡିଓଆକଟିଭ ସୁନାମୀ ସୃଷ୍ଟି କରି ପାରେ । ଏହା ଛଡା ଋଷ ପାଖରେ T 14 ଅର୍ମା ଟ୍ଯାଙ୍କ ଅଛି । ଯାହାକି ଅତ୍ୟନ୍ତ ବିପଦଜଣକ ।