ସୁଧୁରୁନି ଋଷ, ଏବେ ସ୍ୱିଡେନ ଓ ଫିନଲାଣ୍ଡକୁ ଦେଲା ଚେତାବନୀ

ସଂସ୍କାର: ୟୁକ୍ରେନ ଆକ୍ରମଣ ପରେ ଏବେ ସାରା ବିଶ୍ୱରେ ଋଷର ଛବି ଖରାପ ହୋଇଛି । ସବୁଦିଗରୁ ଏକଘରିକିଆ ହେବା ପରେ ବି ସୁଧୁରିବାରେ ନା ନେଉନାହିଁ ରୁଷ୍। ୟୁକ୍ରେନ ପରେ ଏବେ ସ୍ୱିଡେନ ଓ ଫିନଲାଣ୍ଡକୁ ଚେତାବନୀ ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

ନାଟୋରେ ସାମିଲ ହେବା ଏହି ଦୁଇ ଦେଶ ଚେଷ୍ଟା କଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ରୁଷ । ଫିନଲାଣ୍ଡ ଓ ସ୍ୱିଡେନ ନାଟୋରେ ସାମିଲ ହେବା ପାଇଁ ଯୋଜନା କରୁଥିବା ଜାଣି ରୁଷିଆ ଏଭଳି ଧମକ ଦେଇଛି ।

ରୁଷିଆ ତରଫରୁ ସୂଚନା ମିଳିଛି ଯେ, ଯଦି ସ୍ୱିଡ଼େନ ଓ ଫିନଲାଣ୍ଡ ନାଟୋରେ ସାମିଲ ହେବେ , ତେବେ ରୁଷିଆ ତା ଉପରେ ପରମାଣୁ ଆକ୍ରମଣ କରିବାକୁ ପଛାଇବ ନାହିଁ।

Leave a Reply

Your email address will not be published. Required fields are marked *