ଦେଶର ଯବାନମାନଙ୍କୁ କ୍ଷମା ମାଗନ୍ତୁ ରାହୁଲ୍ ଗାନ୍ଧୀ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସଂସ୍କାର : ଅରୁଣାଚଳ ପ୍ରଦେଶର ତୱାଂଗ ସେକ୍ଟରରେ ଭାରତ ଓ ଚାଇନା ସେନାଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏହି ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଥିଲେ ‘ଚାଇନା ଆମ ଯବାନଙ୍କୁ ପିଟୁଛି ।’ କଂଗ୍ରେସ ଏମପିଙ୍କ ଏହି ବୟାନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ଆସୁଛି।

ଭାଜପା କଂଗ୍ରେସ ନେତାଙ୍କ ଉପରେ ଦେଶରେ ଭ୍ରମ ସୃଷ୍ଟି କରିବା, ସେନାଙ୍କ ମନୋବଳ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି । ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନିନ୍ଦା କରିଛନ୍ତି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ରାହୁଲ ଗାନ୍ଧୀଙ୍କ ବୟାନ ଅତ୍ୟନ୍ତ ଅମର୍ଯ୍ୟାଦିତ, ପିଲାଳିଆମି ତଥା ରାଷ୍ଟ୍ର ବିରୋଧି ତତ୍ତ୍ୱକୁ ଉତ୍ସାହିତ କରୁଛି।

ଏହା ଅନ୍ତର୍ଜାତୀୟ ସ୍ତରରେ ଭାରତ ଓ ଭାରତୀୟ ସେନାଙ୍କୁ ଅପମାନିତ କରିବା ଭଳି । ଆମେ ତାଙ୍କ ବୟାନର ନିନ୍ଦା କରୁଛୁ । ଆଦିତ୍ୟନାଥ କହିଛନ୍ତି ଆମେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଚିନ୍ତାଧାରାକୁ ନିନ୍ଦା କରୁଛୁ । ଏହାସହ ରାହୁଲ ଗାନ୍ଧୀ ଦେଶବାସୀ ଓ ଦେଶର ବୀର ଯବାନଙ୍କୁ କ୍ଷମା ମାଗନ୍ତୁ ।

Leave a Reply

Your email address will not be published. Required fields are marked *