ପିଲାଙ୍କ ପାଠ ପଢା ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି : ମାର୍ଚ୍ଚ ୧ ତାରିଖରୁ ଖୋଲିବ ସବୁ ସ୍କୁଲ

ଉତ୍ତର ପ୍ରଦେଶ ସରକାର ପିଲାଙ୍କ ପାଠ ପଢା ପାଇଁ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିକ୍ଷା ବିଭାଗକୁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲା ବେଳେ ମାର୍ଚ୍ଚ ୧ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ସୂଚନା ମିଳିଛି । ଏହାସହିତ ଫେବୃୟାରୀ ୧୦ ତାରିଖରୁ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଅଷ୍ଟ୍ରମ ଶ୍ରେଣୀ ଯାଏଁ ମଧ୍ୟ ସ୍କୁଲ ଖୋଲିବାକୁ ଯାଉଛି ।

ଶିକ୍ଷାମନ୍ତ୍ରୀ ଡା ସତିଶ ଦ୍ୱିବେଦୀଙ୍କ କହିବାନୁସାରେ କରୋନା ପ୍ରକୋପକୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଏପଟେ ଉତ୍ତର ପ୍ରଦେଶ ସରକାର ମଧ୍ୟ କହିଲେଣି ଯେ ରାଜ୍ୟରେ କରୋନା ସଂକ୍ରମିତ ଚିହ୍ନଟ କମିବାରେ ଲାଗିଛି । ଏହି କାରଣରୁ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୂଚନାଥାଉ ଯେ ଗତ କିଛିଦିନ ତଳେ ରାଜ୍ୟ ସରକାର କହିଥିଲେ ଯେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କ ସ୍କୁଲ ଫେବୃୟାରୀ ୧୫ରୁ ଖୋଲିବ । ତେବେ ପରିଶେଷରେ ଫେବୃୟାରୀ ୧୦ ତାରିଖରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

Leave a Reply

Your email address will not be published. Required fields are marked *