କୁନି ଝିଅଟିକୁ ମୃତ୍ୟୁ ମୁଖରୁ ଆଣିବା ଉଠାଇ ଆଣିବା ପରିବର୍ତେ ଦେଖଣାହାରୀ ଭିଡିଓ ତିଆରିରେ ବ୍ୟସ୍ତ, ଦେଖନ୍ତୁ video…

ସଂସ୍କାର : ବର୍ତ୍ତମାନ ଲୋକଙ୍କ ପାଇଁ ମୋବାଇଲ୍‌ ହିଁ ସବୁକିଛି। ହାତରେ ମୋବାଇଲ୍‌ ଧରି ଭିଡ଼ିଓ ସୁଟିଂ ଆଉ ଫୋଟ ଉତ୍ତୋଳନ କରିବା ଉପରେ ସମସ୍ତେ ସଉକ ରଖନ୍ତି। ତେବେ ନିକଟରେ ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ବି ଛି ରାଗ ଜର୍ଜରିତ ହେବେ। ଉତ୍ତରପ୍ରଦେଶର କନ୍ନୌଜରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଗୁରୁତର ଆହତ ଝିଅଟି ଦୟାକରି ସାହାଯ୍ୟ କର ବୋଲି ଚିତ୍କାର କରୁଛି । ହାତ ଠାରି କହୁଛି ମୋତେ ହସ୍ପିଟାଲ ନିଅ।ହେଲେ କେତେକ ଦେଖଣାହାରୀଙ୍କ କର୍ଣ୍ଣଗହ୍ୱରକୁ ସତେ ଯେପରି ତା’ର ଚିତ୍କାର ଶୁଭୁନି । ସାହାଯ୍ୟ କରିବା ପରିବର୍ତ୍ତେ ସମସ୍ତେ ଭିଡିଓ ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ସୁଚନା ଅନୁସାରେ ନାବାଳିକା ଜଣ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ ଏବଂ ଅନେକ ଘଣ୍ଟା ପରେ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଝିଅଟିର ମୁଣ୍ଡ ଏବଂ ଶରୀରରେ ଆଘାତ ଲାଗିଥିବା ଭିଡିଓରେ ଦେଖାଯାଉଛି । କିନ୍ତୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ଭିଡିଓ ତିଆରି କରିବା ଆରମ୍ଭ କରିଥିଲେ । ୨୫ ସେକେଣ୍ଡର ସେହି ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଏତିକି ବେଳେ ଜଣେ ବ୍ୟକ୍ତି ପଚାରୁଛନ୍ତି, ପୋଲିସକୁ ସୂଚନା ଦିଆଯାଇଛି କି ନାହିଁ ? ତେବେ ତାଙ୍କ କଥା ନଶୁଣି ଅନ୍ୟମାନେ ଭିଡିଓ ତିଆରି କରିବାରେ ଲାଗିଛନ୍ତି। ପୋଲିସ ପହଞ୍ଚିବା ପର୍ଯ୍ୟନ୍ତ ଝିଅଟି ସେହିପରି ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲା । ଭାଇରାଲ ହୋଇଥିବା ଅନ୍ୟ ଏକ ଭିଡିଓରେ ଜଣେ ପୋଲିସ କର୍ମଚାରୀ ଆହତ ଝିଅକୁ କୋଳରେ ଧରି ଅଟୋରିକ୍ସା ଆଡକୁ ଦଉଡ଼ୁଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *