ଅକ୍ଷତ ଅବସ୍ଥାରେ ଆବିଷ୍କାର ହେଲା ଶହେ ନିୟୁତ ବର୍ଷ ପୁରୁଣା ଖପୁରି, ହେଲେ କାହାର ?

ପ୍ୟାରିସ: ଜଣାଶୁଣା କ୍ଷୁଦ୍ରତମ ଡାଇନୋସରର ଖପୁରି ଅକ୍ଷତ ଅବସ୍ଥାରେ ମିଳିଛି । ଏହା ପ୍ରାୟ ୯୯ ନିୟୁତ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି । ଖପୁରିଟିକୁ ଆମ୍ବରରେ ସଂରକ୍ଷିତ କରି ରଖାଯାଇଛି । ମିଆଁମାରର ଆମ୍ବର ଏକ ଗ୍ଲୋବୁଲରେ ଓକୁଲୁଡେଣ୍ଟାଭିସ୍ ଖଉଙ୍ଗ୍ରାଏ ଖପୁରି ମିଳିଥିଲା ଯାହାର ବୈଶିଷ୍ଟ୍ୟ ଗବେଷକମାନଙ୍କୁ ଚମକେଇ ଦେଇଥିଲା ।

ଛୋଟରୁ ବି ଛୋଟ ପକ୍ଷୀ, ଟି-ରେକ୍ସ ଠାରୁ ବି ପୁରୁଣା ଏବଂ ଅନନ୍ତକାଳ ପାଇଁ ସମ୍ପୂର୍ଣ୍ଣ ଭାବରେ ଏହା ସଂରକ୍ଷିତ । ଜୀବାଶ୍ମ ବିଜ୍ଞାନୀମାନେ ଶହେ ନିୟୁତ ବର୍ଷ ପୁରୁଣା ଉଡ଼ନ୍ତା ଡାଇନୋସରକୁ ଆମ୍ବରରେ ଆବଦ୍ଧ କରି ରଖିଛନ୍ତି ଯିଏ ଆଜି ଯାଏଁ ଆବିଷ୍କୃତମାନଙ୍କ ଭିତରେ ହୁଏତ କ୍ଷୁଦ୍ରତମ । ମୁଁ ଯେତେବେଳେ ଏହାକୁ ପ୍ରଥମେ ଦେଖିଲି ଅଭିଭୂତ ହୋଇଯାଇଥିଲି । ଏହି ଅଧ୍ୟୟନର ଆଗଧାଡ଼ିର ଲେଖକ ତଥା ଚାଇନିଜ ଏକାଡେମୀ ଅଫ ସାଇନ୍ସର ଜୀବାଶ୍ମ ବିଜ୍ଞାନୀ ଜିଙ୍ଗମାଇ ଓ’କନ୍ନର ବୁଧଵାର ଦିନ ନେଚର ମାଗାଜିନରେ ପ୍ରକାଶ କରିଛନ୍ତି ।

ଅନନ୍ୟ ଆଖି ହାଡ ଏବଂ ବହୁ ସଂଖ୍ୟକ ଦାନ୍ତ ସହିତ ଏହା ଅତି ସୁନ୍ଦର ଓ ସୂକ୍ଷ୍ମ ଭାବରେ ସଂରକ୍ଷିତ କରାଯାଇଛି ଯାହା ସତରେ ଅଦ୍ଭୁତ ଦେଖାଯାଉଛି ବୋଲି ସେ AFP କୁ କହିଛନ୍ତି । ସଂରକ୍ଷିତ ଖପୁରିଟି ମାତ୍ର ୭.୧ ମିଲିମିଟର (ଏକ ଇଞ୍ଚର ଏକ ତୃତୀୟାଂଶରୁ କମ୍) ଲମ୍ବା ।  ଆଜି ଜୀବନ୍ତ ଥିବା କ୍ଷୁଦ୍ରତମ ପକ୍ଷୀ, ମହୁମାଛି ହମ୍ମବର୍ଡ ଠାରୁ ଏହା ଛୋଟ ।

ଅତି କ୍ଷୁଦ୍ର ଆକାର ସତ୍ତ୍ୱେ ଗବେଷକମାନେ ବିଶ୍ୱାସ କରନ୍ତି ଯେ ଏହା ତୀକ୍ଷ୍ଣ ଦାନ୍ତ ଏବଂ ବଡ଼ ଆଖି ବ୍ୟବହାର କରି କୀଟମାନଙ୍କୁ ଶିକାର କରେ । ପଥର ଆବଦ୍ଧ ଜୀବାଶ୍ମ ପରି, ଆମ୍ବର ନମୁନାଗୁଡିକ ସେମାନଙ୍କର ନରମ ଟିସୁର ନମନୀୟତାକୁ ବଜାୟ ରଖିଥାଏ ଯଦ୍ୱାରା ବୈଜ୍ଞାନିକମାନଙ୍କୁ ସେମାନଙ୍କର ମୂଳ ରଙ୍ଗ ଏବଂ ଆକୃତି ବିଜ୍ଞାନ ଜାଣିବାକୁ ମିଳେ ।

ଅକ୍ସଫୋର୍ଡ ୟୁନିଭରସିଟିର ଆର୍ଥ ସାଇନ୍ସ ବିଭାଗର ରୋଜର ବେନସନ ଏକ ସଂଯୁକ୍ତ ସମ୍ପାଦକୀୟରେ ଲେଖିଛନ୍ତି ଯେ ଏହି ଆବିଷ୍କାରରୁ ଜଣାପଡିଛି ଯେ ପକ୍ଷୀମାନେ ହୁଏତ କ୍ଷୁଦ୍ର ଶରୀରର ଆକାରକୁ କଳ୍ପନାର ବହୁ ପୂର୍ବରୁ ବିକଶିତ କରିଥିବେ । ଓ’କନୋର କହିଛନ୍ତି ଯେ, ନିଶ୍ଚିତ ରୂପେ ଭିତରେ ଡି.ଏନ୍.ଏ. ଖଣ୍ଡଗୁଡ଼ିକ ସଂରକ୍ଷିତ ଅଛି, କିନ୍ତୁ ଆମେ କେବେବି ‘ଜୁରାସିକ୍ ପାର୍କ’ରେ ପହଞ୍ଚିବୁ ନାହିଁ ।

Leave a Reply

Your email address will not be published. Required fields are marked *