ବେକରେ ସାପ ଗୁଡ଼ାଇ ପୂଜା କରିବା ମହିଳାଙ୍କୁ ପଡିଲା ମହଙ୍ଗା ; କାମୁଡି ଦେଲା ବିଷାକ୍ତ ସାପ

ସଂସ୍କାର : ବିଷାକ୍ତସାପକୁ ବେକରେ ପକାଇବା ଜଣେ ମହିଳାଙ୍କ ପାଇଁ ହେଲା କାଳ। ଘରୁ ବାହାରିଥିବା ସାପକୁ ଇଶ୍ବରଙ୍କ ଦୂତ ଭାବି ତାକୁ ବେକରେ ଗୁଡ଼ାଇ ପୂଜା କରିବା ଜଣେ ମହିଳାଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଅଜବ ଘଟଣା ଘଟିଛି ଝାଡ଼ଖଣ୍ଡ ରାଜ୍ୟରେ। କୁହାଯାଉଛି ଯେ ଝାଡ଼ଖଣ୍ଡ ର ରାକ୍ଷୀ ଗ୍ରାମରେ ଲାଲଦେବ ଭୁୟାନଙ୍କ ପତ୍ନୀ ରନିଆ ଦେବୀ ଘରୁ ସଜବାଜ ହୋଇ ଶିବ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।

ଏହି ସମୟରେ ତାଙ୍କ ଘରେ ଏକ ବିଷାକ୍ତ ସାପ ବାହାରିଲା। ଗ୍ରାମବାସୀ କହିଛନ୍ତି ଯେ ରନିଆ ଦେବୀ ସାପକୁ ଭଗବାନ ଶିବଙ୍କ ଦୂତ ଭାବରେ ଧରି ବେକରେ ଗୁଡ଼ାଇ ଦେଇଥିଲେ। ଏହା ପରେ ସେ ସାପ ସହିତ ପୂଜା କରିବାକୁ ବସିଥିଲେ। ଏହି ଘଟଣାକୁ ଦେଖି ଖୁବ୍ ଶୀଘ୍ର ଗାଁର ବହୁ ଲୋକ ଏକତ୍ରିତ ହେଲେ | ଦୀର୍ଘ ସମୟ ଧରି ମହିଳା ସାପ ସହ ଆଲୋଚନା ଏବଂ ଭଜନ କୀର୍ତ୍ତନରେ ବ୍ୟସ୍ତ ଥିଲେ। କିଛି ଗ୍ରାମବାସୀ ତାଙ୍କୁ ବାଜା ବଜାଇ କୀର୍ତ୍ତନରେ ସମର୍ଥନ କରିବା ଆରମ୍ଭ କରିଥିଲେ।

ଭଜନ-କୀର୍ତ୍ତନ ସମୟରେ ସାପ ମହିଳାଙ୍କ ଶରୀରର ଅନେକ ସ୍ଥାନରେ କାମୁଡ଼ି ଦେଇଥିଲା। ତେବେ ପୂଜାପାଠରେ ସମ୍ପୃକ୍ତ ମହିଳା ଏବଂ ସେଠାରେ ଉପସ୍ଥିତ ଥିବା ଲୋକମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ। ଧିରେ ଧିରେ ଯେତେବେଳେ ଶରୀରରେ ବିଷର ପ୍ରଭାବ ବଢିବାକୁ ଲାଗିଲା, ସେତେବେଳେ ରୁନିଆ ଦେବୀ ଚେତାଶୂନ୍ୟ ହୋଇ ତଳେ ପଡିଗଲେ ଓ ତାଙ୍କର ପ୍ରାଣବାୟୁ ଉଡ଼ିଗଲା। ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

Leave a Reply

Your email address will not be published. Required fields are marked *