ମହାମାରୀ କରୋନା ମାନବ ସମାଜକୁ ଅନେକ କିଛି ଶିକ୍ଷା ଦେଲାଣି । କେଉଁଠି ଭଙ୍ଗା ସମ୍ପର୍କ ଯୋଡ଼ି ହେଲାଣି ତ କେଉଁଠି ମଜବୁତ ସମ୍ପର୍କ ଭାଙ୍ଗି ଚୁରମାର ହେଲାଣି । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ଜଣେ ବ୍ୟକ୍ତି ଲକଡାଉନ ହେତୁ ଶ୍ଵଶୁର ଘରେ ଯାଇ ଘର ଜ୍ଵାଇଁ ହେଇ ଥିଲେ ମାତ୍ର ଦୁଇ ମାସ ପରେ ନିଜ ଶାଳୀକୁ ନେଇ ଫେରାର ହୋଇଯାଇଛନ୍ତି ।
ଖବର ମୁତାବକ ବିଦିଶା ଜିଲ୍ଲା ନାଟେରାନର ପମାରିଆ ଗାଁରେ ଲକଡାଉନ ଏବଂ କାମ ବନ୍ଦ ହେତୁ ଜଣେ ବ୍ୟକ୍ତି ଆସି ତାଙ୍କ ଶ୍ଵଶୁର ଘରେ ଗତ ଦୁଇ ମାସ ହେବ ରହି ଆସୁଥିଲେ । ରହୁରହୁ ଘରେ ଥିବା ୧୭ ବର୍ଷର ଶାଳୀ ସହିତ ପ୍ରେମ ସମ୍ପର୍କ କରି ତାକୁ ନେଇ ଫେରାର ହୋଇଯାଇଥିଲେ । ତେବେ ଏ କଥାକୁ ବ୍ୟକ୍ତି ଜଣଙ୍କ ପତ୍ନୀ ଓ ଶାଶୂ ସନ୍ଦେହ କରିଥିଲେ ।
ପତ୍ନୀ ଓ ଶାଶୂଙ୍କ ସନ୍ଦେହକୁ ଭୁଲ ପ୍ରମାଣିତ କରିବା ପାଇଁ ଶାଳୀକୁ ନିଜ ସାନ ଭଉଣୀ ପରି କହିଥିଲେ । ଏକଥା କହିବାର କିନ୍ତୁ ମାତ୍ର ୭ ଦିନ ପରେ ସେ ସେହି ଶାଳୀକୁ ନେଇ ଫେରାର ହୋଇଯାଇଥିଲେ । ଏ ଘଟଣା ଘଟିବାର ୩ ଦିନ ପରେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ହେଲେ ଧରାପଡ଼ିବା ପରେ ଶୁକ୍ରବାର ଦିନ ଯୁବତୀ ଜଣକ ନିଜ ଘରେ ବିଷ ପିଇ ଦେଇଥିଲେ । ଏହାପରେ ତାଙ୍କ ବଡ଼ ଭଉଣୀ ତାଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ।
ସୂଚନାଥାଉ ଯେ ପାମରିଆ ଗାଁର ବାସିନ୍ଦା ରିଙ୍କି (ଅଭିଯୁକ୍ତଙ୍କ ପତ୍ନୀ) ପ୍ରାୟ ୫ ବର୍ଷ ପୂର୍ବେ ଭୋପାଳର ଗୌତମ ନଗରରେ ରହୁଥିବା ବ୍ରିଜେଶ ଅହିରୱାରଙ୍କୁ ବିବାହ କରିଥିଲେ । ରିଙ୍କି ଏବଂ ବ୍ରିଜେଶଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଲକଡାଉନ ସମୟରେ କାମଦନ୍ଧା କିଛି ମିଳୁନଥିବାରୁ ପତ୍ନୀଙ୍କ ଅନୁରୋଧ କ୍ରମେ ଜ୍ଵାଇଁଙ୍କୁ ଘରଜ୍ଵାଇଁ ହେବାକୁ ସ୍ୱୀକୃତି ମିଳିଥିଲା । ଜୁଲାଇ ମାସରୁ ତେଣୁ ବ୍ରିଜେଶ ପତ୍ନୀଙ୍କୁ ନେଇ ଶ୍ଵଶୁର ଘରେ ରହିଲେ ଏବଂ ପ୍ରେମ କରି ସୁଯୋଗ ଖୋଜି ଶାଳୀକୁ ନେଇ ଫେରାର ହୋଇଯାଇଥିଲେ । ୩ ଦିନ ପରେ ପୋଲିସ ସେମାନଙ୍କୁ ଧରିଥିଲା ହେଲେ ଶୁକ୍ରବାର ରିଙ୍କିଙ୍କ ଭଉଣୀ ବିଷ ପିଇ ଦେଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।