ସଂସ୍କାର: ଗର୍ଭବତୀ ହେବା ପାଇଁ ସମସ୍ତ ମହିଳାଙ୍କର ଏକ ଇଚ୍ଛା ରହିଥାଏ। କାରଣ ଦମ୍ପତିଙ୍କର ଭଲ ପାଇବାର ପ୍ରତୀକ ହେଉଛି ସେମାନଙ୍କର ସନ୍ତାନ। ଗୋଟିଏ ପଟେ ଅନେକ ମହିଳା ଗର୍ଭବତୀ ହୋଇପାରୁନଥିବା ବେଳେ , ବ୍ରିଟେନ୍ର ଜଣେ ମହିଳା ଗର୍ଭବତୀ ହେବା କାରଣରୁ ଚିନ୍ତାରେ ପଡିଯାଇଛନ୍ତି।
ସୂଚନା ଅନୁଯାୟୀ, ବ୍ରିଟେନ୍ର ଜଣେ ୩୯ ବର୍ଷୀୟା ମହିଳା ଯାହାଙ୍କର ନାମ କେଟ ହର୍ମନ, ସେ ବାରମ୍ବାର ପ୍ରେଗ୍ନେଣ୍ଟ ହୋଇ ହଇରାଣରେ ପଡ଼ିଛନ୍ତି। କାରଣ ଅନେକ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ବେ ମଧ୍ୟ ସେ ଗର୍ଭବତୀ ହେଉଛନ୍ତି। ୟୁକେର କେଟ ହର୍ମନ ଦାବି କରିଛନ୍ତି ଯେ , ସେ ପୂର୍ବରୁ ୨ ଟି ପିଲାର ମାଆ ହୋଇଛନ୍ତି। ଆଉ ଭବିଷ୍ୟତରେ ସନ୍ତାନ ନ କରିବା ପାଇଁ ସେ ଗର୍ଭ ନିରୋଧକ ଔଷଧ ଖାଉଥିଲେ , କିନ୍ତୁ ଏହି ଔଷଧ ଖାଇବା ପରେ ମଧ୍ୟ ସେ ପୁଣି ୩ ଥର ଗର୍ଭବତୀ ହୋଇଛନ୍ତି। କେବଳ ସେତିକି ନୁହେଁ କେଟଙ୍କ ସ୍ବାମୀ ବନ୍ଧ୍ୟାକରଣ କରାଇଥିଲେ ମଧ୍ୟ ସେ ପୁଣି ଗର୍ଭବତୀ ହୋଇଥିଲେ ବୋଲି ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଦ ମିରର ରିପୋର୍ଟ ଅନୁସାରେ, କେଟଙ୍କ ବଡ଼ ପୁଅର ବୟସ ୨୦ ବର୍ଷ। ସବୁଠୁ ଛୋଟ ପୁଅର ବୟସ ୨ ବର୍ଷ । ପ୍ରଥମେ ପୁଅ ଜନ୍ମ ନେବା ପରେ କେଟ ଗର୍ଭନିରୋଧକ ବଟିକା ଖାଉଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ନିଜର ଦ୍ବିତୀୟ ଏବଂ ତୃତୀୟ ପ୍ରସବ ପୂର୍ବରୁ ପିଲ୍ସ ଖାଇଥିଲେ କେଟ୍ । ତଥାପି ସେ ମା ହୋଇଥିଲେ। ଏବେ ଏହି ଦୁଇ ପିଲା ୧୪ ଏବଂ ୮ ବର୍ଷର ହୋଇସାରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କେଟଙ୍କ ସ୍ବାମୀଙ୍କ ବନ୍ଧ୍ୟାକରଣ କରିବା ପରେ ମଧ୍ୟ ତାଙ୍କର ସ୍ପର୍ମ କାଉଣ୍ଟ ୯୯.୯ ପ୍ରତିଶତ ପ୍ରଭାବଶାଳୀ ଥିଲା ବୋଲି ଡାକ୍ତର କହିଛନ୍ତି।