କାଳେ କାଳେ ଧର୍ମକୁ ନେଇ ଉଠିଛି ବିବାଦ । ବିବାଦର ରୂପ ପୁଣି ନେଇଛି ଭୟଙ୍କର ଧ୍ଵଂସର କରାଳ ରୂପ । ସେହିପରି ଏକ ନଜିର ଦେଖିବାକୁ ମିଳିଛି ଦକ୍ଷିଣ ସ୍ୱିଡେନର ମାଲମୋ ସହରରେ । ଇସଲାମ ଧର୍ମଗ୍ରନ୍ଥ କୋରାନ ପୋଡ଼ିକୁ ନେଇ ଗତକାଲି ବିଳମ୍ବିତ ରାତିରେ ଉପୁଜିଛି ଏକ ବଡ଼ ଧରଣର ଦଙ୍ଗା । ଏହି ଦଙ୍ଗାରେ ଶହଶହ ମାଇଗ୍ରାଣ୍ଟ ମୁସଲମାନ ରାସ୍ତାକୁ ଓହ୍ଲାଇଛନ୍ତି । ବ୍ୟାପକ ମାତ୍ରାରେ ପୋଡାଜଳା କରିବା ସହିତ ହିଂସାତ୍ମକ ପରିସ୍ଥିତି ଉପୁଯାଇଛନ୍ତି ।
ରିପୋର୍ଟ ଅନୁଯାୟୀ ଡେନମାର୍କର ଦକ୍ଷିଣପନ୍ଥୀ ନେତା ରାସମୁସ୍ ପାଲୁଦାନ ମାଲମୋ ସହରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଯୋଜନା ଥିଲା । ହେଲେ ସେ ମାଲମୋ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ଅଟକାଇଥିଲେ । ଫଳରେ ସମର୍ଥକ ଷ୍ଟ୍ରାମ କୁରୁସ ଗୋଷ୍ଟୀ ମୁସଲିମ ଧର୍ମଗ୍ରନ୍ଥ କୋରାନ ପୋଡ଼ି ଦେଇଥିଲେ । ଘଟଣାଟି ପରେ କିନ୍ତୁ ବ୍ୟାପକ ଭାବରେ ଦଙ୍ଗା ଉପୁଜିଛି ଓ ପରିସ୍ଥିତି ଏବେ ଅଣାୟତ୍ତ ।
ଅଣାୟତ ମାଲମୋ ସହର ଏବେ ହିଂସାରେ ଜଳୁଛି । ବିଭିନ୍ନ ସ୍ଥାନରେ ପ୍ରବାସୀ ମୁସଲମାନମାନେ ଏକାଠି ହୋଇ ବ୍ୟାପକ ପୋଡ଼ାଜଳା ଜାରି ରଖିଛନ୍ତି । ତା’ସାଙ୍ଗକୁ ପୋଲିସ ଉପରକୁ ସେମାନେ ଟେକାପଥର ମାଡ଼ ମଧ୍ୟ କରୁଛନ୍ତି । ଏ ଘଟଣା ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ କରିବାରେ ଲାଗିଛି । ଅଣମୁସଲମାନ ଗୋଷ୍ଠୀ ଏହାକୁ ତୀବ୍ର ନିନ୍ଦା କରୁଥିବାବେଳେ ଶାନ୍ତିପ୍ରିୟ ଲୋକଙ୍କ ଏହି ପୋଡ଼ାଜଳା ଓ ଦଙ୍ଗା ନମାଜ ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ସ୍ଵିଡେନ ଏକ ଇସାୟୀ ଦେଶ । ସ୍ଵିଡେନର ସରକାର ମାଇଗ୍ରେସନ ତଥା ଅବୈଧ ଶରଣାର୍ଥୀମାନଙ୍କୁ ଦେଶରେ ରହିବାର ସୁଯୋଗ ଦେଇଥିଲେ । ହେଲେ ଏବେ ସେମାନେ ଦେଶ ହଁ ଉଜାଡି ଦେଲେଣି । ତେବେ ପରିସ୍ଥିତିକୁ ଆୟତ୍ତଧୀନ କରିବାକୁ ପୋଲିସ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛି ବୋଲି କହିଛି ।