ହିନ୍ଦୀ ସିନେ-ଅଭିନେତା ଶତ୍ରୁଘ୍ନ ସିହ୍ନା ଜଣେ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ଯିଏକି ବିହାର ନିର୍ବାଚନ ଫଳାଫଳକୁ ନେଇ ମଙ୍ଗଳବାର ଦିନ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ କହିବାନୁସାରେ ନଭେମ୍ବର ୧୦ ତାରିଖ ପରେ ହେବାକୁ ଥିବା ଭୋଟ ଗଣତି RJD ନେତା ତେଜସ୍ୱୀ ଯାଦବଙ୍କ ସବୁ ସମାଲୋଚକମାନଙ୍କ ପାଟି ଚୁପ୍ କରାଇଦେବ ।
କେବଳ ସେତିକି ସରି ନଥିଲା ଶତ୍ରୁଘ୍ନ ସିହ୍ନାଙ୍କ ଭବିଷ୍ୟବାଣୀ । ସେ ଆହୁରି ବି କହିଛନ୍ତି ଯେ ବିଧାନସଭାରେ ମହାମେଣ୍ଟର ମହାବିଜୟ ହେବ । RJD ନେତା ତେଜସ୍ୱୀଙ୍କୁ NDA ସିଧା ଆକ୍ରମଣ କରୁଛି କାରଣ ୧୦ ଲକ୍ଷ ନିଯୁକ୍ତି ଦେବା ପ୍ରତିଶ୍ରୁତି ସରକାରୀ ଦଳ ନିଦ ହଜାଇ ଦେଇଛି । ଏମିତିକି JDU ଏବଂ ବିଜେପି ନେତାମାନେ ତାଙ୍କୁ ବ୍ୟକ୍ତିଗତ ଆକ୍ରମଣ କରୁଛନ୍ତି ଯାହା ପ୍ରକାରନ୍ତରେ ତେଜସ୍ୱୀ ଆଗାମୀ ଦିନରେ ବିହାରର ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରୁଛି ।

ବିହାର ନିର୍ବାଚନ ଫଳାଫଳରେ ରାଜ୍ୟରେ ମହାମେଣ୍ଟ ଆସିବ ବୋଲି ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା କହିଛନ୍ତି । ଏହାର କାରଣରେ ସେ ବୟାନ ରଖିଛନ୍ତି ଯେ ରାଜ୍ୟବାସୀ ଏବେ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟରେ ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବଙ୍କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ହିଁ ମୋ ଭବିଷ୍ୟବାଣୀକୁ ନିଶ୍ଚିନ୍ତ କରୁଛି । ନଭେମ୍ବର ୧୦ ତାରିଖ ପରେ ତେଜସ୍ଵୀଙ୍କୁ ସବୁ ଆଲୋଚନା ସବୁଦିନ ଲାଗି ହୋଇଯିବ ଖାମୋସ୍ ।
ସୂଚନା ଥାଉ ଯେ କଂଗ୍ରେସ ନେତା ସିହ୍ନା ପ୍ରଧାନମନ୍ତ୍ରୀଙ୍କୁ ବି ପ୍ରଶ୍ନ ରଖିଛନ୍ତି । ପ୍ରଧାନମନ୍ତ୍ରୀ ଏକଦା କଂଗ୍ରେସ ମୁକ୍ତ ଭାରତର କଥା କହିଥିଲେ ହେଲେ ଏବେ ଦେଶରେ କ୍ରମେ କଂଗ୍ରେସ ଯୁକ୍ତ ହେବାରେ ଲାଗିଛି । ସିହ୍ନା କହିଛନ୍ତି ଯେ ମାନନୀୟ ପ୍ରଧାନମନ୍ତ୍ରୀ ତାଙ୍କର ବନ୍ଧୁ ଏବଂ ପ୍ରଧାନମନ୍ତ୍ରୀ ପଦବୀରେ ଥିବାରୁ ସେ ଦେଶର ଅଭିଭାବକ ମଧ୍ୟ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ବିହାର ସାଧାରଣ ନିର୍ବାଚନରେ କାହିଁକି ପଦେ କହିଲେନି ! ବିହାରକୁ ଦେଇଥିବା ଗୋଟିଏ ବି ପ୍ରତିଶ୍ରୁତି ପ୍ରଧାନମନ୍ତ୍ରୀ ପୂରଣ କରିନପାରିବା ବି ଦୁଃଖର ବିଷୟ ବୋଲି ସିହ୍ନା ତାଙ୍କ ବକ୍ତବ୍ୟରେ ଯୋଡିଛନ୍ତି ।