ସଂସ୍କାର : ଆଫଗାନିସ୍ତାନକୁ ନିଜର ଅକ୍ତିଆରରେ ନେଇସାରିଛି ଆତଙ୍କବାଦୀ ସଂଗଠନ ତାଲିବାନ। ଏହାକୁ ନଜରରେ ରଖି ପ୍ରାଣ ବିକଳରେ ଆଫଗାନିସ୍ତାନ ଛାଡ଼ୁଛନ୍ତି ଲୋକେ। ଆଫଗାନିସ୍ତାନର ରାଜଧାନୀ କାବୁଲକୁ ତାଲିବାନ ନିଜର ଅକ୍ତିଆରରେ ନେବା ପରେ ଲୋକେ ଭୟବିତ ହୋଇ ଦେଶ ଛାଡ଼ୁଛନ୍ତି।
ଅନ୍ୟପଟେ ୪ ଟି ଟଙ୍କା ଭର୍ତ୍ତି କାର ସହିତ ଆଫଗାନିସ୍ତାନର ରାଷ୍ଟ୍ରପତି ଘନି ମଧ୍ୟ ତାଲିବାନଙ୍କ ଭୟରେ ଦେଶ ଛାଡି ଚାଲିଯାଇଛନ୍ତି। ତେବେ ଏଠାକାର ଲୋକେ ଦେଶ ଛାଡିବା ମଧ୍ୟରେ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି।
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଓ ଜାତୀୟ ଗଣମାଧ୍ୟମରେ ଗୋଟିଏ ଭିଡିଓ ବିଷୟରେ ଖୁବ୍ ଚର୍ଚ୍ଚା ଚାଲିଛି। ଆଉ ଏହି ଭିଡ଼ିଓଟି ମଧ୍ୟ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଯେ, ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଆସୁଥିବା ଏକ ବିମାନରୁ ୩ ଜଣ ଯାତ୍ରୀ ଗଳି ପଡ଼ୁଛନ୍ତି। କୁହାଯାଉଛି ଯେ , ଏହି ୩ ଜଣ ଯାତ୍ରୀ ୨୨ ରୁ ୨୮ ବର୍ଷର ଯୁବକ ଅଟନ୍ତି। ବିମାନର ଏହି ଚିତ୍ର ହିଁ ବୟାନ କରୁଛି ଯେ, ତାଲିବାନଙ୍କ ଭୟରେ କିପରି ଦେଶ ଛାଡୁଛନ୍ତି ଆଫଗାନିସ୍ତାନବାସୀ। ତେବେ ବିମାନ ଉଡାଣ ବେଳେ ଖସିଯାଇଥିବା ୩ ଜଣ ଯୁବକଙ୍କ ଜୀବନ ଚାଲିଯାଇଛି।
ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଲୋକେ ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି । ଏମିତି ତରବରିଆ ଭାବେ ୩ ଯୁବକ ବିମାନ ଚଢିବାର ଘଟଣା ଏବେ ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସୂଚନା ଥାଉକି, କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଆଉ ଜାଗା ନଥିଲା । ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ : –
କିନ୍ତୁ ଆଫଗାନିସ୍ତାନ ଛାଡିବାର ସ୍ୱପ୍ନ ସେମାନଙ୍କୁ ମହଙ୍ଗା ପଡିଥିଲା। କାରଣ ବିମାନରୁ ଖସିପଡି ଏହି ତିନି ଜଣଙ୍କର ଜୀବନ ଚାଲିଯାଇଛି । ଛାତିଥରା ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।