ସଂସ୍କାର : ଗୁଜରାଟ ନବସାରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶନିବାର ସକାଳେ ବସ୍ ଓ ଏସୟୁବି କାର ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସର ସୂଚନା ଅନୁସାରେ, ଦୁର୍ଘଟଣା ଟି ଅହମଦାବାଦ-ମୁମ୍ୱାଇ ହାଇୱେରେ ଘଟିଛି।
ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସୁରଟ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ନବସାରୀ ଜାତୀୟ ରାଜପଥ-୪୮ରେ ଯେଉଁ ବସ୍ ଦୁର୍ଘଟଣା ଗ୍ରସ୍ଥ ହୋଇଛି, ସେହି ବସ୍ ସୁରଟରନ ଏକ କାର୍ଯ୍ୟକ୍ରମକୁ ଆସୁଥିଲା। କୁହାଯାଉଛି ଯେ ଅନ୍ୟପଟରୁ ଆସୁଥିବା ଟୋୟୋଟା ଫର୍ଚ୍ୟୁନର ଚାଳକଙ୍କ ହଠାତ ହୃତଘାତ ହେବାରୁ କାରଟି ଭାରସାମ୍ୟ ହରାଇଥିଲା। ଏହାପରେ ଏସୟୁବି ଡିଭାଇଡର ଅତିକ୍ରମ କରୁଥିବା ବେଳେ ସାମ୍ନାରୁ ଆସୁଥିବା ବସ୍କୁ ଧକ୍କା ଦେଇଥିଲା।
ଏହି ଘଟଣାରେ କାର ଚାଳକଙ୍କ ସେମେତ ସମସ୍ତ ୮ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ବସ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସୁଛି। ବସରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।