ସଂସ୍କାର : ସୋମବାର ଦିନ ବିହାରରୁ ଆସିଛି ଏକ ଆଶ୍ଚର୍ଯ୍ୟ ଓ ଦୁଃଖଦ ଘଟଣା। ସମାନ ବୟସର ଦୁଇ ଜଣ ଝିଅ ପରସ୍ପରର ହାତକୁ ଚୁନି ସାହାର୍ଯ୍ୟରେ ବାନ୍ଧି ବିହାର ଏବଂ ୟୁପି କୁ ସଂଯୋଗ କରୁଥିବା ବାଲିଆ ଜିଲ୍ଲାର ବୀର କୁନୱର ସିଂ ସେତୁ ଉପର ବ୍ରିଜରୁ ପାଣି ଭିତରକୁ ଡେଇଁପଡିଥିଲେ। ତେବେ ସ୍ଥାନୀୟ ଲୋକେ ଝିଅ ମାନେ ରୁହ ରୁହ କହିବା ସଙ୍ଗେ ସଙ୍ଗେ ହିଁ ଦୁଇ ଜଣ କାହାର କଥାକୁ ଖାତିର ନ କରି ନଦୀକୁ ଡେଇଁ ପଡିଲେ।
ତେବେ କୌଣସି ପ୍ରକାରରେ ଉଭୟ ଝିଅଙ୍କୁ ଦଉଡି ଫିଙ୍ଗି ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ବୁକ୍ସାର ପୋଲିସ ଦୁହିଁଙ୍କୁ ସାଦର ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ଖାନାରେ ପହଞ୍ଚିବା ମାତ୍ରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଅନ୍ୟ ଜଣେ ଝିଅ ଚିକିତ୍ସିତ ହେଉଛନ୍ତି। ତେବେ ପରବର୍ତ୍ତୀ ସମୟରେ ଜଣାପଡିଲା ଯେ, ଏ ଦୁହେଁ ହେଉଛନ୍ତି ପିଉସୀ – ଝିଆରି । ଆଉ ସେମାନେ ସମାନ ବୟସର।
ତେବେ ଏହି ଦୁଇ ଝିଅ ସୋମବାର ସକାଳ ୧୧ ଟା ୩୦ ମିନିଟ୍ ରେ ଭାରୁଲି ଏବଂ ବକ୍ସାର ମଧ୍ୟରେ ଥିବା ବୀର କୁନୱର ସିଂ ସେତୁରେ ପହଞ୍ଚିଥିଲେ। ଉଭୟ ବ୍ରିଜରେ ପହଞ୍ଚି ଗୋଟିଏ ଚୁନିକୁ ଜଣେ ବାମ ହାତ ଓ ଅନ୍ୟ ଜଣେ ଡାହାଣ ହାତରେ ବାନ୍ଧି ସିଧାସଳଖ ବ୍ରିଜରୁ ଗଙ୍ଗା ନଦୀ ଭିତରକୁ ଡେଇଁଲେ। ସେଠାରେ ଉପସ୍ଥିତ ଲୋକମାନେ ଦୁହେଁ ଏପରି କରୁଥିବା ଦେଖି ପାଟି କରିବା ଆରମ୍ଭ କଲେ। ମାତ୍ର ଲୋକେ ଆସିବା ପୂର୍ବରୁ ସେମାନେ ନଦୀକୁ ଡେଇଁ ପଡ଼ିଥିଲେ।
ତେବେ ଗଙ୍ଗାରେ ବୁଡ଼ି ଯାଉଥିବା ଝିଅମାନଙ୍କୁ ବଞ୍ଚାଇବା ପାଇଁ ଲୋକମାନେ ବ୍ରିଜ ଉପରୁ ଦଉଡି ଫିଙ୍ଗିଥିଲେ। ଜଣେ ଝିଅ ଦଉଡି ଧରିଥିଲା, ଯାହାକି ଉଦ୍ଧାର ହୋଇଥିଲା। କିନ୍ତୁ ଅନ୍ୟ ଜଣକ ଗଙ୍ଗାର ପାଣିରେ ବୁଡ଼ି ଗଲେ। ବହୁ ପରିଶ୍ରମ ପରେ ମତ୍ସ୍ୟଜୀବୀମାନେ ତାଙ୍କୁ ବାହାରକୁ ଆଣିଥିଲେ। ଉଭୟଙ୍କୁ ତୁରନ୍ତ ବକ୍ସାର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଜଣେଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର ହୋଇଥିବା ଝିଅଟିର ନାମ ପ୍ରୀତି କୁମାରୀ ବୋଲି ସେ ଝିଅ ଜଣକ କହିଛନ୍ତି। ତେବେ ଏ ଦୁହେଁ କାହିଁକି ଗଙ୍ଗାକୁ ଡେଇଁଲେ ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିନାହିଁ।