ମଝି ସମୁଦ୍ରରେ ଓଲଟି ପଡ଼ିଲା ଡଙ୍ଗା : ୩୯ ପ୍ରବାସୀଙ୍କ ମୃତ୍ୟୁ

୯୩ ଜଣ ପ୍ରବାସୀଙ୍କୁ ନେଇ ଯାଉଥିବା ଡଙ୍ଗା ମଝି ସମୁଦ୍ରରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବାକି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି । ତେବେ ଏ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ଦିନ ଆଫ୍ରିକୀୟ ଦେଶ ଟ୍ୟୁନିସିୟାର ସମୁଦ୍ରରେ ଘଟିଛି ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଓ ମହିଳା ଥିବା ସୂଚନା ମିଳିଥିବା ବେଳେ ଜୀବନ ବଞ୍ଚିବା ପାଇଁ ସେମାନେ ନୂଆ ସ୍ଥାନ ସନ୍ଧାନରେ ଯାଉଥିଲେ ବୋଲି ଜଣାପଡ଼ିଛି । କେବଳ ଗୋଟିଏ ଡଙ୍ଗା ନୁହେଁ, ଅଘଟଣ ଘଟିଥିବା ସ୍ଥାନଠାରୁ କିଛି ଦୂରରେ ଆଉ ଏକ ଡ଼ଙ୍ଗା ବୁଡ଼ି ଯାଇଥିଲା, ଯେଉଁଥିରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ଅଛି । ତେବେ ସମୁଦ୍ର ମଝିରୁ ମୋଟ ୧୬୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

ନିଜ ଦେଶରେ ନିର୍ଯାତନାର ଶିକାର ହେଉଥିବା କିଛି ଆଫ୍ରିକୀୟ ଲୋକ ଦେଶରୁ ଡଙ୍ଗା ଯୋଗେ ଇଟାଲୀ ଅଭିମୁଖେ ଯାଉଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଜୀବନ ବଞ୍ଚାଇବା ପାଇଁ ଯାଉ ଯାଉ ମଝି ସମୁଦ୍ରରେ ଚାଲିଗଲା ଜୀବନ । ସେପଟେ କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି ଅତି ଶୋଚନୀୟ ଅବସ୍ଥାରେ ରହିଥିଲା । ଆବଶ୍ୟକତା ଠାରୁ ଅଧିକ ଲୋକ ବସିଥିଲେ ବୋଲି ଏହି ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *