ଝାଡ଼ଖଣ୍ଡର ଗଢବା ଗାଁରୁ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଜଙ୍ଗଲରେ ବୁଲୁଥିଲେ ୨ ପ୍ରେମୀ ଯୁଗଳ, କରୁଥିଲେ ରାସଲୀଳା । ଅଚାନକ ଧରା ପଡ଼ିଗଲେ ଗାଁ ଲୋକଙ୍କ ହାତରେ । ଏହାପରେ ଉଭୟ ପ୍ରେମୀ ହଳଙ୍କୁ ଧରି ମାଡ଼ ମାରିବା ସହିତ ଗାଁ ଲୋକେ କଲେ ଉଠବସ୍ ।
ମିଳିଥିବା ସୂଚନାନୁସାରେ ଡଣ୍ଡଇ ଗାଁର ଦୁଇ ଯୁବକ ଏବଂ ମେରାଲ ଥାନା ଅନର୍ଗତ ଚାମା ଗାଁର ଦୁଇ ଯୁବତୀ ଜଙ୍ଗଲରେ ବୁଲୁଥିଲେ । ଜଙ୍ଗଲକୁ ନିରାପଦ ସ୍ଥାନ ଭାବି ସେମାନେ ସମସ୍ତେ ପରସ୍ପରକୁ ଦେଖା କରିବାକୁ ଯାଇଥିଲେ । ସେମାନେ ଦୁଇ ଯୋଡ଼ା ପ୍ରେମୀ ଥିଲେ । ହେଲେ ସେମାନେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ । ଗାଁ ଲୋକେ ସେମାନଙ୍କୁ ଧରି ଏଣୁତେଣୁ ପ୍ରଶ୍ନ କରିଥିଲେ ଏବଂ ବହେ ଛେଚିଥିଲେ । ଏମିତିକି ୪ ଜଣଙ୍କୁ ବସଉଠ୍ ବି କରାଇଥିଲେ ।

କଥା ଏଇଠି ସରି ନଥିଲା । ଏହାପରେ ଗାଁ ଲୋକେ ପ୍ରେମୀଯୁଗଳଙ୍କ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ସେମାନଙ୍କ ପିଲାଙ୍କୁ ଘରକୁ ନେଇଥିଲେ । ତେବେ ଏ ସମ୍ପର୍କରେ ଥାନାରେ କୌଣସି ଏତଲା ନାହିଁ । କୁହାଯାଉଛି ଯେ, ଗଢବା ଗାଁରେ ଲଗାତର ଦୁଷ୍କର୍ମ ମାମଲା ବଢିବାରେ ଲାଗିଥିବା ବେଳେ କିଛି ଦିନ ପୂର୍ବରୁ ଜଙ୍ଗଲ ନିକଟରେ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣା ଘଟିଥିଲା । ଘଟଣା ପରେ ସେମାନଙ୍କ ଭିତରୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ ।