ନୂଆଦିଲ୍ଲୀ : ସର୍ବପ୍ରଥମେ ଆପଣମାନେ ଜାଣିବା ଉଚିତ ଯେ (HSRP) ଓ କାଳର ଷ୍ଟିକର ମାନେ କଣ, ହୋଲୋଗ୍ରାମ ପ୍ଲେଟ ଅଟେ, ଯାହାକି ଏକ ସ୍ଥାୟୀ ପରିଚୟ ସଂଖ୍ୟା ଓ ଲେଜର-ବ୍ରାଣ୍ଡିଂ ଜରିଆରେ ତିଆରି କରାଯାଇଥାଏ ଯାହାକୁ କପି କରିହେବନି। ଏବଂ କଲର ଷ୍ଟିକର ଆପଣଙ୍କର ଗାଡିର ଇନ୍ଧ ବିଷୟରେ ସୂଚନା ଦେବ, ଯେପରିକି ହାଲକା ନୀଳ ରଙ୍ଗର ଅର୍ଥ ପେଟ୍ରୋଲ ହୋଇଥିବା ବେଳେ ଓ ସିଏନଜିର ଗାଡି, ଅରେଞ୍ଜ ରଙ୍ଗର ଅର୍ଥ ଡିଜେଲ ଗାଡି କୁ ବୁଝାଏ । ଯାହା ଉପରେ ମଧ୍ୟ କିଛି ଅଧିକା ସୂଚନା ରହିଥାଏ ।
ନିକଟରେ ଯେମିତି ଆପଣ ଜାଣିଥିବେ ଯେ ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ନୂଆ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁଯାୟୀ ସମସ୍ତ ବାହାନ ଉପରୁ ଟାମ୍ପର ପ୍ରୁଫ୍ ହାଇ ସିକ୍ୟୁରିଟି ରେଜିଷ୍ଟେ୍ରସନ୍ ପ୍ଲେଟ୍ (HSRP) ଓ କଲର କୋଡ୍ ଥିବା ଷ୍ଟିକର ଲଗାଇବା ବାଧ୍ୟତାମୂଳକ କରିଦିଆଯାଇଛି।
ପରିବହନ ବିଭାଗ ଦ୍ବାରା ଜାରି ଏକ ସୂଚନା ଅନୁସାରେ, ୧ ଅପ୍ରେଲ ୨୦୧୯ ପରେ ସମସ୍ତ ବାହନ ଉପରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ କଲର କୋଡ୍ ଥିବା ଷ୍ଟିକର ଲଗାଇବା ଜରୁରୀ ହେବ। ନିର୍ଦେଶ ଅନୁସାରେ, ଯଦି ଏହି ଦୁଇଟି ଜିନିଷ ଗାଡିରେ ନଥାଏ ତେବେ ଗାଡି ମାଲିକଙ୍କୁ ଏଥିପାଇଁ ଜରିମାନା ୫୦୦୦ ରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ।