କରୋନା ନ ଥମୁଣୁ ଆସିଲାଣି ଆଉ ଏକ ମାରତ୍ମକ ଭାଇରସ୍ , ଜାଣନ୍ତୁ କଣ …

ସଂସ୍କାର : ଦେଶରେ ବର୍ତ୍ତମାନ କରୋନା ଭାଇରସ୍ ର ମାମଲା ଦିନ ବୃଦ୍ଧି ପାଇବାରେ ଲାଗିଛି। କରୋନା ଠାରୁ ରକ୍ଷା ପାଇବା ପାଇଁ ଦେଶର କେତେକ ରାଜ୍ୟ ବର୍ତ୍ତମାନ ଶୁଦ୍ଧା କରୋନାର ନିୟମ କାନୁନ୍ ଆଣୁଛନ୍ତି। ପୃଥିବୀର ୧୦ ପ୍ରତିଶତ ଲୋକ ବର୍ତ୍ତମାନ କରୋନାରେ ଆକ୍ରନ୍ତ ହୋଇ ମୃତ୍ୟୁ ମୁଖରେ ପଡିସାରିଲେଣି। ଯାହାକି ଏକ ଦୁଃଖଦ ଖବର।

କିନ୍ତୁ ଗୋଟିଏ ପଟେ କରୋନା ନିଜର କାୟା ବିସ୍ତାର କରିଚାଲୁଥିବା ବେଳେ , ଅନ୍ୟପଟେ ଆଉ ଏକ ଭାଇରସ୍ ବର୍ତ୍ତମାନ ଦେଶକୁ ଆକ୍ରମଣ କଲାଣି, ଏବଂ ଏହି ଭାଇରସ୍ ର ନାମ ହେଉଛି ଜିକା ଭାଇରସ୍।

କେରଳ, କର୍ଣ୍ଣାଟକ, ଓ ତାମିଲନାଡୁ ଭଳି ରାଜ୍ୟରେ ବର୍ତ୍ତମାନ ଏହି ଭାଇରସ୍ କାୟା ବିସ୍ତାର କରିବା ଆରମ୍ଭ କଲାଣି। ତେବେ କେରଳରେ ଦ୍ରୁତ ଗତିରେ ବ୍ୟାପିବା ପରେ ବର୍ତ୍ତମାନ ମହାରାଷ୍ଟ୍ରରେ ଜିକା ଭାଇରସର ପ୍ରଥମ ମାମଲା ମଧ୍ୟ ଦେଖିବାକୁ ମିଳିଛି। ପୁଣେର ପୁରନ୍ଦର ଅଞ୍ଚଳର ଜଣେ ୫୦ ବର୍ଷୀୟ ବୟସ୍କା ମହିଳା ଜିକା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି। ସେ ନିଜର ନମୁନା ପରୀକ୍ଷା କରି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଚିକୁଙ୍ଗୁନିଆ ପରୀକ୍ଷା ମଧ୍ୟ ପଜିଟିଭ୍ ରହିଥିବା ଜଣା ପଡିଛି। ଏଥିସହିତ କେରଳରେ ଜିକାର ୨ ଟି ନୂଆ ମାମଲା ମଧ୍ୟ ରିପୋର୍ଟ ହୋଇଛି। ଏହା ପରେ ବର୍ତ୍ତମାନ ଏହି ରାଜ୍ୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୬୫ କୁ ବୃଦ୍ଧି ପାଇଛି।

ମହାରାଷ୍ଟ୍ରର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଜିକା ଭାଇରସ୍ ରେ ସଂକ୍ରମିତ ହୋଇଥିବା ମହିଳା ପୁଣେର ପୁରନ୍ଦର ତହସିଲର ବେଲସର ଗାଁର ବାସିନ୍ଦା। ଜୁଲାଇ ଆରମ୍ଭରେ ତାଙ୍କୁ ଜ୍ୱର ହୋଇଥିଲା। ଏହା ବ୍ୟତୀତ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) କୁ ଆଉ ୪ ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ୩ ଜଣଙ୍କର ଚିକୁଙ୍ଗୁନିଆ ରିପୋର୍ଟ ପଜେଟିଭ ଆସିଛି।

ତେବେ ଏହି ଗାଁକୁ NIVର ଏକ ଟିମ୍ ପାଠ ଯାଇଥିଲା। ଏହି ଟିମ୍ ୨୭ ରୁ ୨୯ ଜୁଲାଇ ପର୍ଯ୍ୟନ୍ତ ଏହି ଗ୍ରାମ ସହିତ ଅନେକ ଗ୍ରାମ ପରିଦର୍ଶନ କରିଥିଲେ। ସେମାନେ ୪୧ ଜଣଙ୍କ ନମୁନା ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୨୫ ଜଣଙ୍କ ଚିକୁଙ୍ଗୁନିଆ, ୩ ଜଣଙ୍କ ଠାରେ ଡେଙ୍ଗୁ ଏବଂ ଜଣଙ୍କ ଠାରେ ଜିକା ଭାଇରସ୍ ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ସମଗ୍ର ଗାଁ ଉପରେ ସର୍ଭେ କରିବାକୁ ଯୋଜନା କରୁଛି। ତେବେ ବିଭାଗ କହିଛି ଯେ ମହିଳା ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ପରିବାରରେ ଜିକାଙ୍କର କୌଣସି ଲକ୍ଷଣ ନାହିଁ।

ତେବେ ସାଧାରଣରେ ଚର୍ଚ୍ଚା ଚାଲିଛି ଯେ, ଯଦି ଏହି ଭାଇରସ୍ , କରୋନା ପରି ତାଣ୍ଡବ ରଚିବ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *