ସଂସ୍କାର : ହିମାଚଳ ପ୍ରଦେଶରେ ଆସିଛି ଭୟାନକ ବନ୍ୟା। ବନ୍ୟା ପାଣିରେ ଉବୁଟୁବୁ ହେଉଛି ହିମାଚଳ ପ୍ରଦେଶ। ହିମାଚଳ ପ୍ରଦେଶର ଲାହାଲର ଆଦିବାସୀ ଜିଲ୍ଲା ଟୋଜିଙ୍ଗ ନାଲାରେ ବନ୍ୟାରେ ନିଖୋଜ ଥିବା ଲୋକଙ୍କୁ ଖୋଜିବା ପାଇଁ ଏକ ସର୍ଚ୍ଚ ଅପରେସନ ଜାରି ରହିଛି। ଏନଡିଆରଏଫ, ବିଆରଓ, ହିମାଚଳ ପ୍ରଦେଶର ପୋଲିସ, ହୋମ ଗାର୍ଡ ଓ ଯବାନଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ଏହି ସର୍ଚ୍ଚ ଅପରେସନରେ ସାହାର୍ଯ୍ୟ କରୁଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ସଫଳତା ହାସଲ ହୋଇ ନାହିଁ।
![](https://sanskarnetwork.in/odia/wp-content/uploads/2021/08/20210801_082713-1.jpg)
ଅନ୍ୟପଟେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ଶୁକ୍ରବାର ଦିନ ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ଆସିବାର ଥିଲା, ମାତ୍ର ଖରାପ ପାଗ ଯୋଗୁଁ ତାଙ୍କ ଗସ୍ତ ବାତିଲ କରାଯାଇଥିଲା। ଏଥିସହ ବନ୍ୟା ପାଣିରେ ନିଖୋଜ ଚାରି ଜଣ ଲୋକଙ୍କୁ ଖୋଜା ଚାଲିଛି। ଏହି ଚାରି ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବତୀ। ଗାଜିଆବାଦର ୨୫ ବର୍ଷୀୟ ବିନିତା ଚୌଧୁରୀ ବନ୍ୟା ପାଣିରେ ଭାସିଯାଇଛନ୍ତି। ତେବେ ତାଙ୍କୁ ଖୋଜିବା ପାଇଁ ତାଙ୍କର ପରିବାର ସଦସ୍ୟ ବନ୍ୟା ସ୍ଥିତ କୁଲୁରେ ପହଞ୍ଚିଥିଲେ।
ପ୍ରଥମେ ବିନିତାଙ୍କ ଘର ଲୋକେ ବନ୍ୟା ସ୍ଥାନରେ ପହଞ୍ଚି ସୂଚନା ସଂଗ୍ରହ କରିଥିଲେ। ସେମାନଙ୍କର ଝିଅ ବନ୍ୟା ପାଣିରେ ଭାସିବା ସମ୍ପର୍କରେ କୁଲୁର ଏସପିଙ୍କୁ କହିଥିଲେ। ଭୋକିଲା, ଶୋଶିଲା ରହି ପିତାମାତା ବନ୍ୟାରେ ହଜି ଯାଇଥିବା ବିନିତାଙ୍କୁ ଖୋଜିବା ପାଇଁ ଦୁଇ ଦିନ ଧରି ନଦୀ କୂଳରେ ବୁଲୁଛନ୍ତି। ତେବେ ବନ୍ୟା ଜଳରେ ଭାସି ଯାଇଥିବା ଲୋକମାନଙ୍କୁ ବାଜୁରା ଠାରୁ ମାଣିକର୍ଣ୍ଣ ପର୍ଯ୍ୟନ୍ତ ଖୋଜା ଚାଲିଛି |