ରାସ୍ତାରେ ଯାଉଥିବା ୟୁକ୍ରେନୀୟ ସାଇକେଲ୍ ଚାଳକଙ୍କୁ ବୋମାରେ ଉଡାଇଦେଲେ ରୁଷ୍ ସୈନ୍ୟ, ଦେଖନ୍ତୁ ଭିଡ଼ିଓ

ସଂସ୍କାର: ୟୁକ୍ରେନକୁ ନିଜର ଅସ୍ତ୍ରଶସ୍ତ୍ର ବଳରେ ଧ୍ଵଂସ କରିବାରେ ଲାଗିଛି ରୁଷ୍। ୟୁକ୍ରେନ ଉପରେ ମିଶାଇଲ ପରେ ମିଶାଇଲ ଆଉ ବୋମା ପକାଇ ଚାଲିଛି ପୁଟିନଙ୍କ ସୈନ୍ୟ। ଆଉ ଏହି ଦୁଇ ଦେଶ ମଧ୍ୟରେ ଚାଲୁଥିବା ଯୁଦ୍ଧର ଭିଡ଼ିଓ ଅନ୍ୟ ଦେଶର ସାଧାରଣ ଜନତାଙ୍କୁ ଆଶ୍ଚର୍ଯ୍ୟ କରିଛି। ରୁଷ୍-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଥିବା ବେଳେ ଏନେଇ ସାମ୍ନାକୁ ଆସିଛି ଏକ ଛାତିଥରା ଭିଡିଓ । ରୁଷର ବୋମାମାଡ଼ର ଶିକାର ହୋଇଛନ୍ତି ଜଣେ ସାଧାରଣ ନିରୀହ ସାଇକେଲ ଚାଳକ।

ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଯେ, ୟୁକ୍ରେନର ରାଜରାସ୍ତାରେ ଜଣେ ସାଇକେଲ ଆରୋହୀ ଧୀରଗତିରେ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ବୋମାମାଡ଼ ହୋଇଥିଲା। ଆଉ ଲୋକଟି କିଛି ଭାବିବା ଆଗରୁ ତାର ମୃତ୍ୟୁ ହୋଇସାରିଥିଲା।

ଏହାପୂର୍ବରୁ ମଧ୍ୟ ଯୁଦ୍ଧର ପରିସ୍ଥିତି ନେଇ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା । ଲୋକମାନେ ପ୍ରାଣ ବିକଳରେ ଦୌଡ଼ୁଥିବା ଦେଖାଯାଉଥିଲା । ଗତ ଦୁଇ ଦିନ ହେବ ଦୁଇ ଦେଶ ମଧ୍ୟରେ ଚାଲିଛି ଯୁଦ୍ଧ। ଆଉ ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କେହି ବି ଜାଣିନାହାନ୍ତି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *