ନୂଆଦିଲ୍ଲୀ : ଦିନକୁ ଦିନ କରୋନା ମାମଲା ବଢ଼ିବାରେ ଲାଗିଛି, ଫଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭକରି ବହୁ ନାମିଦାମୀ ଲୋକମାନେ ମଧ୍ୟ ଏହା ଦ୍ୱାରା ସଂକ୍ରମଣ ହେଉଥିବାର ଜଣା ପଡୁଛି, ଏହି କାରଣରୁ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ହେଉଥିବା ଲୋକସଭାକୁ ଅନିଶ୍ଚିକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ସଂସଦର ମୌସୁମୀ ଅଧିବେଶନ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାର ଥିଲା ମାତ୍ର କରୋନା କାରଣରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି, ସଂସଦର ମୌସୁମୀ ଅଧିବେଶନ ରେ ବିବାଦୀୟ କୃଷି ସମ୍ବନ୍ଧିତ ତିନି ବିଧେୟକ ସହିତ ଅନେକ ବିଲ୍ ମଧ୍ୟ ଗୃହୀତ ହୋଇଥିବା ଜଣା ପଡିଛି।
କୃଷି ବିଧେୟକକୁ ନେଇ ବିରୋଧ କରି ସଦନରେ ହଙ୍ଗାମା ହୋଇଥିଲା ଫଳରେ ସଭାପତି ଭେଙ୍କେୟା ନାୟିଡୁ ଏହି କାରଣରୁ ଆଠ ବିରୋଧୀ ସାଂସଦଙ୍କୁ ମୌସୁମି ଅଧିବେଶନରୁ ସାତ ଦିନ ପାଇଁ ନିଲମ୍ବିତ କରିଥିଲେ।