ସଂସ୍କାର : ବ୍ରିଟେନରୁ ପ୍ରେମ ସମ୍ପର୍କର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ମାମଲା ବିଷୟରେ ଜାଣିଲେ ଆପଣ ବି କିଛି ବୁଝି ପାରିବେ ନାହିଁ। ଆଉ ବୁଝିସାରିବା ପରେ ଆଶ୍ଚର୍ଯ୍ୟ ହୋଇ ହସିବେ ନିଶ୍ଚିତ। ବ୍ରିଟେନର ଗ୍ଲୁଷ୍ଟରଶାୟରରେ ଜଣେ ମହିଳା ନିଜ ଝିଅର ବଏଫ୍ରେଣ୍ଡ ସହ ଫେରାର ହୋଇ ଯାଇଛନ୍ତି। ଏହାପରେ ସେ ଝିଅ ଜଣକ ନିଜ ବଏଫ୍ରେଣ୍ଡର ବାପା ସହିତ ବିବାହ କରିନେଲେ। ଯେତେବେଳେ ଘଟଣା ବାବଦରେ ମିଡ଼ିଆରେ ପ୍ରଚାର ହେଲା ସେହି ସମୟରେ ଯୁବତୀ ଜଣକ କହିଲେ ଯେ ସେ ନିଜ ବଏଫ୍ରେଣ୍ଡର ବାପାଙ୍କୁ ଦୁଃଖି ଦେଖିବାକୁ ଚାହୁଁନଥିଲେ। ତେଣୁ ସେ ତାଙ୍କୁ ଖୁସିରେ ରଖିବା ପାଇଁ ଏପରି କାମ କରିଥିଲେ।
ସୂଚନାନୁଯାୟୀ , ମହିଳା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକରେ କହିଛନ୍ତି ଯେ ତାଙ୍କ ବଏଫ୍ରେଣ୍ଡର ମା’ଙ୍କ ମୃତ୍ୟୁ ହୋଇଯାଇଛି। ତେଣୁ ସେ ଚାହୁଁନଥିଲି ଯେ ସେ ଦୁଃଖିତ ହୁଅନ୍ତୁ। ସେଥିପାଇଁ ଯୁବତୀ ଜଣକ ନିଜ ବୟଫ୍ରେଣ୍ଡର ବାପାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଫଳରେ ତାଙ୍କ ବୟଫ୍ରେଣ୍ଡର ସେ ମା’ ହୋଇଗଲେ। ଆଉ ତାଙ୍କ ବୟଫ୍ରେଣ୍ଡଙ୍କୁ ଏକ ମାଆ ମିଳିଗଲା।
ତେବେ ବୟଫ୍ରେଣ୍ଡ ଜଣକ ଫେରାର୍ ହେବାର ପୂର୍ବରୁ ୨୪ ବର୍ଷୀୟ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଗର୍ଭବତୀ ଜେସ ଏଲଡ୍ରିଜଙ୍କ ବଏଫ୍ରେଣ୍ଡ ରୟାନ ଶେଲ୍ଟନ ତାଙ୍କ ମା’ଙ୍କ ସହ ଫେରାର ହୋଇଗଲେ। ଏହାପରେ ଜେସ ରୟାନଙ୍କ ବାପାଙ୍କ ସହ ବିବାହ କଲେ। ରୟାନ ଶେଲ୍ଟନ କରୋନା ମହାମାରୀ ଯୋଗୁଁ ନିଜ ଗାର୍ଲଫ୍ରେଣ୍ଡ ଜେସଙ୍କ ମା ଜର୍ଜିନା ଓ ତାଙ୍କ ପିତା ଏରିକଙ୍କ ସହ ଗ୍ଲୁଷ୍ଟରଶାୟରରେ ବହୁତ ଦିନ ହେଲା ଗୋଟିଏ ଘରେ ରହୁଥିଲେ। ଜେସଙ୍କୁ ସନ୍ଦହେ ହୋଇଥିଲା ଯେ ରୟାନ ଓ ତାଙ୍କ ମା’ ମଧ୍ୟରେ କିଛି ଚକ୍କର ଚାଲିଛି। ୯ ମାସ ପରେ ଜେସ ଯେତେବେଳେ ନିଜ ଶିଶୁକୁ ଜନ୍ମଦେଇ ହସ୍ପିଟାଲରୁ ଘରକୁ ଫେରିଲେ ତାଙ୍କ ମା’ ରୟାନ ସହ ଫେରାର ହୋଇଯାଇଥିଲେ। ଜେସଙ୍କ ମା’ କହିଥିଲେ ଯେ ଆମେ କାହାକୁ ଭଲପାଉଛୁ ତାହା କହିପାରିବା ନାହିଁ।
ଜେସ କହିଛନ୍ତି ମୋତେ ଦୁଇଟି ଛୁଆର ଯତ୍ନ ନେବାକୁ ଏକା ଛାଡି ଦେଇ ସେମାନେ ଫେରାର ହୋଇଗଲେ। ଏଥିପାଇଁ ମୁଁ ବହୁତ ଦୁଃଖିତ। ମୋତେ ବିଶ୍ୱାସ ହେଉନି ଯେ ତଥାପି ମୋ ମା’ ମୋତେ ସରି କହିନାହାନ୍ତି। ତେବେ ଏହି ଘଟଣା ବର୍ତ୍ତମାନ ବ୍ରିଟେନର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟବସ୍ତୁ ହୋଇସାରିଛି।