ମାତ୍ର ୧୧ ମିନିଟ୍ ହୋଇଛି ବଳାତ୍କାର, ଏହା କହି ଅଭିଯୁକ୍ତଙ୍କ ଦଣ୍ଡକୁ ହ୍ରାସ କଲେ ବିଚାରପତି , ଆଉ ତାପରେ…

ସଂସ୍କାର : ବଳାତ୍କାର କରିଥିବା ଅଭିଯୁକ୍ତକୁ ଅପରାଧର ସମୟ ସୀମା ଆଧାରରେ ଦଣ୍ଡ ଦେବା ନ୍ୟାୟ ହେବ କି?ବଳାତ୍କାରର ସମୟସୀମା ୧ ଘଣ୍ଟା ହେଉ ଅବା ୧୧ ମିନିଟ୍ , ବଳାତ୍କାର ହୋଇଛି ମାନେ ଅଭିଯୁକ୍ତକୁ ଦଣ୍ଡ ଦେବା ନିତାନ୍ତ ଆବଶ୍ୟକ। କିନ୍ତୁ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି , ଯାହାକୁ ପଢିଲେ ଆପଣଙ୍କ ରାଗ ବି ସୀମା ଲଙ୍ଘନ କରିବ।

ଘଟଣାକ୍ରମ ଏହା ଯେ, ନିକଟରେ ସ୍ୱିଜରଲ୍ୟାଣ୍ଡର ଏକ ବିଚାରପତି ଏପରି ଏକ ବିବାଦୀୟ ନ୍ୟାୟ ଦେଇଛନ୍ତି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ସ୍ୱିଜରଲ୍ୟାଣ୍ଡରେ ଲୋକମାନେ ବଳାତ୍କାର ମାମଲାରେ ଜଣେ ବିଚାରପତିଙ୍କ ଦଣ୍ଡ ହ୍ରାସକୁ ବିରୋଧ କରି ରାଜରାସ୍ତାକୁ ଅବରୋଧ କରିଥିଲେ।ବିଚାରପତି ଜଣକ ବଳାତ୍କାରର ଦଣ୍ଡାଦେଶରେ ହ୍ରାସ କରି କହିଛନ୍ତି ଯେ ‘ବଳାତ୍କାର ସମୟସୀମା ମାତ୍ର 11 ମିନିଟ୍ ହୋଇଥିଲା’ ତେଣୁ ଅଭିଯୁକ୍ତର ଦଣ୍ଡାଦେଶ କୋହଳ କରାଯାଇଛି।

ତେବେ ସାଧାରଣ ଜନତା ବିଚାରପତିଙ୍କ ଏହି ଦଣ୍ଡାଦେଶରେ କ୍ଷୁବ୍ଧ ହୋଇ ବହୁ ସଂଖ୍ୟାରେ ମହିଳା ବିକ୍ଷୋଭକାରୀଙ୍କ ସହିତ ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏହି ମାମଲା ୨୦ ଜୁନ୍ ୨୦୨୦ ମସିହାର ଅଟେ। ବେସେଲରେ ରହୁଥିବା ଜଣେ ୩୩ ବର୍ଷୀୟା ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ଘର ବାହାରେ ଦୁଇଜଣ ପର୍ତ୍ତୁଗୀଜ୍ ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ବନ୍ଧକ ରଖି ବଳାତ୍କାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୧୭ ବର୍ଷ ଏବଂ ଅନ୍ୟଟିର ବୟସ ୩୨ ବର୍ଷ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *