ବଢୁଛି କରୋନା ସଂକ୍ରମଣ, ଏଠାରେ ବ୍ୟବସାୟୀ ସଂଘ ପକ୍ଷରୁ ଘୋଷଣା ହେଲା 2 ଦିନ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

The shutdown was announced today and Wednesday in athagarh

ଆଠଗଡ : ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବାରେ ଲାଗିଛି। ହଜାର ହଜାର ସଂଖ୍ୟାରେ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଶ୍ଵସ୍ତିକର କଥା ସେହି ଅନୁସାରେ ମଧ୍ୟ ରୋଗୀ ସୁସ୍ଥ ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ଏହାକୁ ଦୃଷ୍ଟିରେ ରଖି ୨ ଦିନ ପାଇଁ ଆଠଗଡକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି କାରଣ ଆଠଗଡରେ ମଧ୍ୟ କରୋନା ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲୁଛି ।

ଏଭଳି ପରିସ୍ଥିତିରେ ଆଠଗଡ ବ୍ୟବସାୟୀ ସଂଘ ପକ୍ଷରୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ଓ ବୁଧବାରକୁ ସମ୍ପୂର୍ଣ୍ଣ ରୂପେ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏହାସହ ଅକ୍ଟୋବର ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ବଜାର ସମୟରେ କଟକଣା ଜାରି ରହିବ ଏହା ସହ ୫ ବଜାର କମିଟି ନିଷ୍ପତ୍ତି ନେଇଛି ଯେ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

Leave a Reply

Your email address will not be published. Required fields are marked *