ସଂସ୍କାର : ନିଜର ଲିଙ୍ଗ ସହିତ ଖେଳୁଥିଲେ ୩୦ ବର୍ଷୀୟ ଯୁବକ। ସେ ପୁଣି କିଡନୀ ବିନ୍ ବା ରାଜମା ମଞ୍ଜି ସହିତ। ଅନ୍ୟପଟେ ଯୁବକଙ୍କର ଏହି ଖେଳ ତାଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା। କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଯୁବକ। ଏଭଳି ଏକ ଅଭୂତ ପରୀକ୍ଷଣ କରି ସାମାଜିକ ଗଣମାଧ୍ୟମର ଚର୍ଚ୍ଚାରେ ରହିଛନ୍ତି ଚାଇନାର ଜଣେ ୩୦ ବର୍ଷୀୟ ଯୁବକ। ସୂଚନାଯୋଗ୍ୟଯେ, ଜଣେ ୩୦ ବର୍ଷିୟ ବ୍ୟକ୍ତି ତାଙ୍କ ଲିଙ୍ଗ ଭିତରେ ୬ ଟି କିଡନୀ ବିନ୍ (ରାଜମା ମଞ୍ଜି) ପ୍ରବେଶ କରାଇଥିଲେ। ଭାବିଥିଲେ ଇଜାକ୍ୟୁସନ ସମୟରେ ଏହା ବାହାରି ପଡ଼ିବ।

କିନ୍ତୁ ରାଜମା ଗୁଡ଼ିକ ତାଙ୍କ ମୂତ୍ରାଶୟକୁ ଜାମ୍ କରିଦେଇଥିଲା ଯଦ୍ୱାରା ସେ ପରିଶ୍ରା କରି ପାରୁନଥିଲେ। ତେବେ ସେ ଏହି ରାଜମା ମଞ୍ଜି ନିଜ ଲିଙ୍ଗରୁ ବାହାର କରିବା ପାଇଁ ତୁରନ୍ତ ଏକ ଯୌନ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲେ। ଏହା ପରେ ଏହି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସେ ନିଜ ଲିଙ୍ଗର ଅସ୍ତ୍ରୋପଚାର କରାଇଲେ। ତେବେ ଏଭଳି ଏକ ଅଦ୍ଭୁତ ଘଟଣା ଘଟିଛି ମିଚିଗାନର ସ୍ପାରୋ ହସ୍ପିଟାଲରେ। ଏହା ପରେ ଯୁବକଙ୍କୁ ଡାକ୍ତର କହିଥିଲେ ଯେ, ଲିଙ୍ଗ ସହିତ ଖେଳ ନାହିଁ! ଯୌନ ତୃପ୍ତି ପାଇଁ ଜଣେ ଚାଇନିଜ୍ ବାଳକ ପୂର୍ବରୁ ମଧ୍ୟ ତାଙ୍କ ୟୁରେଥ୍ରାରେ USB କର୍ଡ ଭର୍ତ୍ତିକରି ହସ୍ପିଟାଲରେ ଅସ୍ତ୍ରୋପ୍ରଚାର କରାଇଥିଲା ଏବଂ ମୃତ୍ୟୁମୁଖରୁ ବଞ୍ଚିଥିଲା।
ତେବେ ଏଠାରେ ଆମେ କହିଦେବାକୁ ଚାହିଁବୁ ଯେ, ଏହା ପ୍ରଥମ ଥର ନୁହେଁ, ଏହି ବ୍ୟକ୍ତି ଜଣକ ପୂର୍ବରୁ ମଧ୍ୟ ଏପରି ପରୀକ୍ଷଣ କରି ରାଜମା ମଞ୍ଜିକୁ ନିଜ ଲିଙ୍ଗରୁ ବାହାର କରିବାରେ ସକ୍ଷମ ହୋଇଥିଲା। କିନ୍ତୁ ଏଥର ଅଧିକ ତୃପ୍ତି ପାଇବା ପାଇଁ ୬ଟି ମଞ୍ଜି ଭର୍ତ୍ତି କରିବା କାରଣରୁ ତାହା ତା’ ୟୁରେଥ୍ରାରେ ଜାମ୍ ହୋଇଯାଇଥିଲା। ଯଦିଓ ବ୍ୟକ୍ତି ଜଣକ ଟ୍ୱିଜର ବ୍ୟବହାର କରି ଏହାକୁ ବାହାର କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ବିଫଳ ହୋଇ ଯିବା କାରଣରୁ ଯୌନ ରୋଗ ବିଶେଷଜ୍ଞଙ୍କ ନିକଟକୁ ଯାଇ ନିଜ ଲିଙ୍ଗର ଅସ୍ତ୍ରୋପଚାର କରାଇଥିଲେ।