ଭାରତୀୟଙ୍କୁ ଏମିତି କିଛି ଗୁହାରି କଲା ୟୁକ୍ରେନ, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ …

ସଂସ୍କାର : ଗତ ୨୪ ତାରିଖ ଗୁରୁବାର ଠାରୁ ଆରମ୍ଭ ହୋଇଛି ରୁଷ୍ – ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷ-ୟୁକ୍ରେନ ମଧ୍ୟରେ ଚଳୁଥିବା ଲଢେଇ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ତେବେ ଯଦି, ଯୁଦ୍ଧ ଅଧିକ ଦିନ ଚାଲିବ ତେବେ ସମଗ୍ର ବିଶ୍ୱ ସଙ୍କଟରେ ପଡିଯିବ। କାରଣ ଯୁଦ୍ଧରେ ଅନେକ ଦେଶ ସାମିଲ୍ ହୋଇ ପାରନ୍ତି। ଏହା ମଧ୍ୟରେ ଭାରତ ସମେତ ଅନ୍ୟ ଦେଶର ଜନସାଧାରଣ ଏହି ସଙ୍କଟକୁ ହଟାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।

ତେବେ ଏହାରି ମଧ୍ୟରେ ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ କହିଛନ୍ତି, ଭାରତରେ ଥିବା ଶିବଭକ୍ତ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଭଗବାନ ଶିବଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ଶିବରାତ୍ରି ଦିନ ୟୁକ୍ରେନର ରାଷ୍ଟ୍ରଦୂତ ଏଭଳି ଭାରତୀୟଙ୍କୁ ଗୁହାରି କରିଛନ୍ତି। ନୂଆଦିଲ୍ଲୀରେ ମିଡିଆ ସହ ଆଲୋଚନା ବେଳେ ଭାରତରେ ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲିଖା ଏହି ମନ୍ତବ୍ୟ ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସେ କହୁଛନ୍ତି ଭାରତରେ ଆଜି ମହାଶିବରାତ୍ରି ଉତ୍ସବ। ମୋର ନିବେଦନ ଆପଣ ଶିବଙ୍କୁ ଏହି ଯୁଦ୍ଧ ସମାପ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଫଳରେ ୟୁକ୍ରେନବାସୀ ଏହି ସଙ୍କଟରୁ ମୁକୁଳି ପାରିବେ । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନରେ ପ୍ରତି ଦିନ ଚାରିଆଡୁ ଗୁଳିମାଡ ହେଉଛି। ଲୋକଙ୍କ ଧନ ଜୀବନ ବରବାଦ ହେଉଛି । ବିଡମ୍ବନାର କଥା ୟୁକ୍ରେନରେ ଆଜି ଏମିତି ଅବସ୍ଥା ଉପୁଜିଛି । ଏହା ପୂର୍ବରୁ ଇଗୋର ପୋଲିଖା ଭାରତକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

ସେ କହିଥିଲେ, ଅନ୍ତର୍ଜାତୀୟ ମୋର୍ଚ୍ଚାରେ ଭାରତର ପତିଆରା ବଢିଛି । ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ଆଶା କରୁଛୁ ଯେ, ସେ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ । ବର୍ତ୍ତମାନ ଇଗୋର ପୋଲିଖାଙ୍କ ମହାଶିବରାତ୍ରିରେ ଶିବ ଭକ୍ତଙ୍କୁ କରିଥିବା ଅପିଲର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି । ତେବେ, ୟୁକ୍ରେନର ସହାୟତା ଲୋଡ଼ିବା ପରେ ପ୍ରତିରକ୍ଷା ବିଶେଷଜ୍ଞ ମାନେ କହିଛନ୍ତି ଯେ, ଭାରତର ସାହାଯ୍ୟ ଲୋଡି଼ ଥିବାରୁ ଭାରତ ଖୁସି ହେବ ।

Leave a Reply

Your email address will not be published. Required fields are marked *