ଜୀବନର ଶେଷ ସେଲଫି, ମରଣ ସେଲଫି ଯୋଗୁଁ ଡାକ୍ତର ସ୍ଵାମୀଙ୍କ ଚିତ୍କାର… ହେଲେ ପତ୍ତା ମିଳିଲାନି ପତ୍ନୀଙ୍କ ର

ଭୋପାଳ : ସେଲଫିର କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । ନିର୍ଦ୍ଧିଷ୍ଟ ଫଟୋ ଗୋଟିଏ ପାଇଁ ଲୋକେ ବଡ଼ରୁ ବଡ଼ ବିପଦକୁ ଡାକି ଆଣୁଛନ୍ତି । କିନ୍ତୁ ବେଳେବେଳେ ଏହା କରିବା ଅତ୍ୟନ୍ତ ମହଙ୍ଗା ପଡୁଛି ଏବଂ ସେଲଫିର ପାଗଳାମି ପାଇଁ ଅନେକ ସମୟରେ ବ୍ୟକ୍ତିର ଜୀବନ ଦୀପ ସବୁଦିନ ପାଇଁ ଲିଭି ଯାଉଛି । ଏମିତି ହିଁ ଏକ ମାମଲା ଭୋପାଳ ନିକଟରେ ଅବସ୍ଥିତ ହଲାଲି ଡ୍ୟାମରୁ ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ଡାକ୍ତର ବୁଲିବାକୁ ଯାଇଥିଲେ ଏବଂ ଘଟିଗଲା ଏକ ଦୁର୍ଘଟଣା ।

ସୂଚନା ଅନୁସାରେ ଡାକ୍ତରଙ୍କ ପତ୍ନୀ ଡ୍ୟାମ ନିକଟରେ ସେଲଫି ନେଉଥିଲେ । ସନ୍ତୁଳନ ହରାଇ ଖସି ପଡ଼ିଲେ ୧୦-୧୨ ଫୁଟ ଗଭୀର ପାଣିକୁ । ଡାକ୍ତର ସ୍ଵାମୀ ଚିତ୍କାର କରି କାନ୍ଦି ବିଳାପ କରିବାକୁ ଲାଗିଲେ, ମାତ୍ର ବହୁତ ଖୋଜିଲା ପରେ ବି ତାଙ୍କ ପତ୍ନୀଙ୍କ ପତ୍ତା ମିଳିଲାନି । ବାସ୍ତବରେ ଭୋପାଳର ପ୍ରାୟ ୪୦ କିଲୋମିଟର ଦୂରରେ ଥିବା ହଲାଲି ଡ୍ୟାମକୁ ରବିବାର ଦିନ ଡାକ୍ତର ଉତ୍କଳ ମିଶ୍ର ଏବଂ ତାଙ୍କ ପତ୍ନୀ ହିମାନୀ ମିଶ୍ର ବୁଲିବାକୁ ଯାଇଥିଲେ । ଛୁଟିଦିନ ହେତୁ ଦୁହେଁ ଦୀର୍ଘ ସମୟ ଧରି ଡ୍ୟାମରେ ବୁଲୁଥିଲେ । ଏକାଠି ଅନେକ ଫଟୋ କ୍ଲିକ୍ କରିଥିଲେ ହେଲେ ଜାଣି ନଥିଲେ ସେସବୁ ସେମାନଙ୍କ ଶେଷ ଫଟୋ ହେବ ବୋଲି ।

ଡାକ୍ତର ଉତ୍କଳ ମିଶ୍ର ଦୂରରେ ଠିଆ ହୋଇ ମୋବାଇଲ ଦେଖୁଥିବାରେ ବ୍ୟସ୍ତ ଥିବାବେଳେ ପତ୍ନୀ ଡ୍ୟାମର ନିମ୍ନ ଭାଗରେ ଥିବା ୱେଷ୍ଟ ୱେୟାର ନିକଟରେ ଥିବା ଏକ କାନ୍ଥ ତଳେ ବସି ସେଲଫି ନେଉଥିଲେ । ହଠାତ୍ ଗୋଡ଼ ଖସିଯିବା ଫଳରେ ହିମାନୀ ୧୦ ରୁ ୧୨ ଫୁଟ ତଳେ ପାଣିରେ ପଡ଼ିଗଲେ । ସ୍ଵାମୀ ତୁରନ୍ତ ଲମ୍ପ ଦେଇଥିଲେ ହେଁ ପ୍ରବଳ ଜଳ ପ୍ରବାହରେ କ୍ରମେ ସେ ଦେଖାଯିବା ବନ୍ଦ କରିଦେଲେ । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ କିନ୍ତୁ ହିମାନୀଙ୍କୁ ପାଣି ଭିତରୁ କେହି ଉଦ୍ଧାର କରି ପାରିନଥିଲେ । ଏପରିକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାତାରାତି ଉଦ୍ଧାର କାର୍ଯ୍ୟ କରିଥିଲା ମାତ୍ର ମୃତଦେହ ମଧ୍ୟ ମିଳିପାରି ନଥିଲା । ସୋମବାର ଦିନ ସକାଳେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲିଲା କିନ୍ତୁ ମୃତଦେହର କୌଣସି ସୂଚନା ମିଳିଲାନି ।

ଘଟଣା ପରେ ଡାକ୍ତର ଉତ୍କଳ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏବଂ ହିମାନୀ ଭୋପାଳର ଭେନୱାଡିନି କଲେଜର ଆୟୁର୍ବେଦିକ ଡାକ୍ତର । ଆମେ ୯ ବର୍ଷ ପୂର୍ବେ ବିବାହ କରିଥିଲୁ ଏବଂ ଆମର ଦୁଇଟି ସନ୍ତାନ ମଧ୍ୟ ଅଛି । ପରିବାରରେ ବହୁତ ଖୁସି ଥିଲା କିନ୍ତୁ ଏହି ଘଟଣା ଆମ ସମସ୍ତ ଖୁସିକୁ ଶୋକରେ ପରିଣତ କରିଦେଇଛି । ଏହି ଦୁର୍ଘଟଣା ଯୋଗୁଁ କିଛି ଲୋକ ତୁରନ୍ତ ନିଜ ପରିବାର ସହିତ ଘରକୁ ଫେରି ଯାଇଥିଲେ ।

Leave a Reply

Your email address will not be published. Required fields are marked *